୭ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :- ପରିଣତ ବୟସରେ ମଧ୍ୟ ବିକଳାଙ୍ଗ ଭଉଣୀର ସେବା କରୁଛନ୍ତି ଭାଇ l ଭାଇ ଭଉଣୀଙ୍କ ଅନାବିଳ ସ୍ନେହ ଅନ୍ୟମlନଙ୍କ ପାଇଁ ଉଦାହରଣ ପାଲଟିଛି l ଛୋଟ ବୟସରୁ ହିଁ ରୋଷେଇ କରିବା ସମୟରେ ବଡ ଭଉଣୀର ମୁଁହ ସମ୍ପୂର୍ଣ୍ଣ ପୋଡିଯାଇଥିଲା l ସେହିଦିନ ଠାରୁ ଅକର୍ମଣ୍ୟ ହୋଇଯାଇଛି ଭଉଣୀ l ଗଜପତି ଜିଲ୍ଲା ମୋହନା ବ୍ଲକ ରାଇଯୁକା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ l ରାଇଯୁକl ଗାଁର ବୃଦ୍ଧ ଭାଇ ଭଉଣୀ କାଶୀନାଥ ବିଶୋଇ ଓ ତାଙ୍କ ବଡ ଭଊଣି ସୁଲକ୍ଷଣୀ ବିଶୋଇ l
ବଡ ଭଉଣୀର ବୟସ 80 ଟପିଥିବା ବେଳେ ଭାଇର ବୟସ 75 l ପରିଣତ ବୟସରେ ସାନ ଭାଇ କାଶୀନାଥ ବଡ ଭଉଣୀ ସୁଲକ୍ଷଣି ଙ୍କ ସେବା କରୁଛନ୍ତି l ପ୍ରାୟ 60 ବର୍ଷ ତଳେ ବିବାହର ମାତ୍ର ଏକ ମାସ ପୁର୍ବରୁ ଘରେ ରୋଷେଇ କରୁଥିବା ବେଳେ ଭାତ ହାଣ୍ଡି ପଡିଯାଇଥିଲା ଚୁଲିରେ l ଫଳରେ ସୁଲକ୍ଷଣୀ ଙ୍କ ମୁଁହ ସମ୍ପୂର୍ଣ୍ଣ ପୋଡିଯାଇଥିଲା l ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରିବାର ଲୋକେ l ସୁସ୍ଥ ହୋଇ ଫେରିଥିଲେ ସୁଲକ୍ଷଣୀ l ହେଲେ ସବୁଦିନ ପାଇଁ ଦିବ୍ୟାଙ୍ଗ ହୋଇଗଲେ l କିଛି ବର୍ଷ ପରେ ବାପା ମl ଚାଲିଗଲେ ଆର ପlରିକୁ l ଭାଇ କାଶୀନାଥ ଙ୍କ ପତ୍ନୀ ମଧ୍ୟ ଚାଲିଯାଇଛନ୍ତି ଆର ପlରିକୁ l
ନିଜ ଗାଁ ବୁଡୁଲିରେ ଅଛନ୍ତି କାଶୀନାଥଙ୍କ ପୁଅ ବୋହୁ l କିନ୍ତୁ ପୁଅ ବୋହୁ ସେମାନଙ୍କ ଦାୟିତ୍ବ ନେଲେନାହିଁ l ଫଳରେ ଗତ ପ୍ରାୟ 20 ବର୍ଷ ହେଲା ରାଇଯୁକl ଗାଁର ଏକ ପାହାଡ଼ ତଳେ ଆସି ରହୁଛନ୍ତି ଭାଇ ଭଉଣୀ l ଭଉଣୀ ଦିବ୍ୟାଙ୍ଗ ଥିବାରୁ ଭାଇ କାଶୀନାଥ ଭଉଣୀର ଖାଇବା ଠାରୁ ଆରମ୍ଭ କରି ସବୁ ସେବା କରୁଛନ୍ତି l ଭଉଣୀର ସେବା ନକଲେ ଆଉ କିଏ କରିବ ବୋଲି କହିଛନ୍ତି କାଶୀନାଥ l ଘରେ କିଛି ଜିନିଷ ରଖି ବିକ୍ରି କରି ଚଳୁଛନ୍ତି l ସରକାରଙ୍କ ପକ୍ଷରୁ କେବଳ ବାର୍ଦ୍ଧକ୍ୟ ଭତl ମିଳୁଛି l ସରକାର ସେମାନଙ୍କୁ ସାହା୍ୟ ହୁଅନ୍ତୁ ବୋଲି ଗୁହାରି କରିଛନ୍ତି ଉଭୟ ଭାଇ ଭଉଣୀ l
ଦୀର୍ଘ 20 ବର୍ଷ ହେଲା ଦୁଃଖ କଷ୍ଟରେ ରହୁଛନ୍ତି ଏହି ବୃଦ୍ଧ ଭାଇ ଭଉଣୀ l ରାଇଯୁକl ଗାଁ ଲୋକେ ଗାଁ ମୁଣ୍ଡରେ ଜାଗା ଦେଇ ପ୍ରଥମେ ଚାଳ ଛପର ଘର କରିଥିଲେ l ହେଲେ ତିତିଲି ବାତ୍ୟାରେ ତାହା ଭାଙ୍ଗି ଯିବାରୁ ପୁଣି ଗ୍ରାମବାସୀ ମିଳିତ ଭାବେ ଏକ ଟିଣ ଘର କରିଦେଇଛନ୍ତି l ପରିଣତ ବୟସରେ ମଧ୍ୟ ଦିବ୍ୟାଙ୍ଗ ଭଉଣୀ ପ୍ରତି ବୃଦ୍ଧ ଭାଇର ସ୍ନେହ ପ୍ରେମକୁ ତlରିଫ କରୁଛନ୍ତି ଅଞ୍ଚଳବାସୀ l ଯେଉଁ ବୟସରେ ସେମାନଙ୍କୁ ତାଙ୍କ ପୁଅ ବୋହୁ ସେବା କରିଥାନ୍ତେ ସେହି ବୟସରେ ଦୁଃଖକୁ ଆଦରି ନେଇଛନ୍ତି ଏହି ବୃଦ୍ଧ ଭାଇ ଭଉଣୀ l ବୃଦ୍ଧ ବୟସରେ ମଧ୍ୟ ଜଣେ ଭାଇ ବଡଭଊଣି ର ସେବା କରୁଥିବା ଦୃଶ୍ୟ ବିରଳ ଥିବା ବେଳେ ଏହା ସମାଜ ପାଇଁ ଉଦାହରଣ ପାଲଟିଛି l