୭ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :– ଆର,ଉଦୟଗିରି ବ୍ଳକର ମହେନ୍ଦ୍ରଗଡ ପଞ୍ଚାୟତ ପରିସରରେ ଗୁରୁବାର ରାସନକାର୍ଡ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମହେନ୍ଦ୍ରଗଡ ଗ୍ରାମରେ ଦୀର୍ଘ ବର୍ଷ ଧରି ଅଧିକ ସମୟ ଧରି ରହିଥିବା ତିଦ୍ଧତୀୟ ଶରଣାଙ୍କୁ ଏହି ରେସନକାର୍ଡ ପ୍ରଦାନ କରାଯାଇଥିଲା । ଏଥିରେ ମୋହନା ନିର୍ବାଚନ ବିଧାୟକ ଦାଶରଥି ଗମାଙ୍ଗ,
ଜିଲ୍ଲା ଯୋଗାଣ ଅଧିକାରୀ ତାପସ କୁମାର ତ୍ରିପାଠୀ, ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ବିଡିଓ ଲରିମନ ଖର୍ସେଲ, ଜିଲ୍ଲା ପରିଷଦସଭ୍ୟ ଦଣ୍ଡପାଣି ବଡମୁଣ୍ଡି, ସରପଞ୍ଚ କୁମୁଦିନୀ ଗମାଙ୍ଗ, ସମତିସଭ୍ୟ ପୂଣ୍ଣଚନ୍ଦ୍ର ଗମାଙ୍ଗ ଓ ତିଦ୍ଧତିୟାନ କ୍ୟାମ୍ପ ସେଟଲ ମେଣ୍ଟ ଲିଡର୍ ପ୍ରମୁଖ ଉପସ୍ଥିତିରେ ୧୩୫ ଜଣ ତିଦ୍ଧତ ହିତଅଧିକାରୀଙ୍କୁ ରାସନକାର୍ଡ ବଣ୍ଟନ କରାଯାଇଥିଲା ।