• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ : ୧୫ଲକ୍ଷ ଟଙ୍କା କାମରେ ପୁରୁଣା ଟିଣ, କାନ୍ଥ ଫାଟିଲାଣି ————–

Proprietor Abhimanyu Maharana by Proprietor Abhimanyu Maharana
July 7, 2023
in ଓଡ଼ିଶା, ଗଞ୍ଜାମ, ହୋମ୍
0
କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ : ୧୫ଲକ୍ଷ ଟଙ୍କା କାମରେ ପୁରୁଣା ଟିଣ, କାନ୍ଥ ଫାଟିଲାଣି ————–
Share on FacebookShare on TwitterWhatsapp

୭ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ସହରାଞ୍ଚଳ ବିକାଶ ପ୍ରକ୍ରିୟାକୁ ଅଗ୍ରାଧିକାର ଦିଆଯାଇ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହେଉଛି । ସହରବାସୀଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏଭଳି ଗୁଣାତ୍ମକ ଉନ୍ନୟନ ପ୍ରକଳ୍ପକାର୍ଯ୍ୟ ସମ୍ପାଦନ ସକାଶେ ରାଜ୍ୟ ରାଜକୋଷରୁ ଅଜସ୍ର ଅର୍ଥ ଶ୍ରାଦ୍ଧ ହେଉଥିବା ବେଳେ କିନ୍ତୁ ବାସ୍ତବରେ ସମ୍ପାଦିତ ହେଉଛି ନିମ୍ନମାନର କାର୍ଯ୍ୟ।କନିଷ୍ଠ ଯନ୍ତ୍ରୀଙ୍କ ଅବହେଳା ଓ ଅସାଧୁ ଠିକାଦାରଙ୍କ ଲାଭଖୋର ନୀତି ଯୋଗୁଁ ବିକାଶକୁ ମୋଡି ମକଚି ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକୁ ଜାଣିଶୁଣି ବାଟବଣା କରାଯାଇଛି।ହିଞ୍ଜିଳିକାଟୁ ପୋୖରାଞ୍ଚଳରେ ନିର୍ମାଣାଧୀନ ଥିବା ଏକ କଲ୍ୟାଣମଣ୍ଡପର ବିଭିନ୍ନ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହୃତ ହୋଇ ଏଭଳି କାର୍ଯ୍ୟ ହୋଇଥିବା ନେଇ ସାହି ବାସିନ୍ଦା ଗୁରୁତର ଅଭିଯୋଗ କରିଛନ୍ତି ।

ପ୍ରାୟ ୧୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା କଲ୍ୟାଣ ମଣ୍ଡପର ସମ୍ମୁଖ ଭାଗ ସୁନ୍ଦର ଦେଖା ଯାଉଥିଲା ବେଳେ ଭିତରେ ତିଆରି ହୋଇଥିବା କାର୍ଯ୍ୟ ଅତି ନିମ୍ନମାନର ବୋଲି ସେମାନେ ଅଭିଯୋଗ କରିଛନ୍ତି।ନିମ୍ନମାନର କାର୍ଯ୍ୟ ସମ୍ପାଦନ ହେଉଥିବା ନେଇ ଅଭିଯୋଗ କଲେ ଠିକାଦାର ଓ ନିୟୋଜିତ କର୍ମଚାରୀ ଧମକ ଚମକ ଦେଇଥିବା ସେମାନେ ଉଲ୍ଲେଖ କରିଛନ୍ତି। ହିଞ୍ଜିଳିକାଟୁ ପୌର ପରିଷଦ ୧୫ ,ନଂ ୱାର୍ଡର ଶତାଧିକ ବାସିନ୍ଦାଏଭଳି ସଂଗୀନ ଅଭିଯୋଗ କରିବା ସହ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିକଟରେ ତଦନ୍ତ ଦାବି କରିଛନ୍ତି।ସୂଚନା ମୁତାବକ ପୌର ପରିଷଦ ଅନ୍ତର୍ଗତ ୧୫ନଂ ୱାର୍ଡରେ ଆର୍ଥିକ ବର୍ଷ ୨୦୧୯-୨୦ ରେ ସାଂସଦ ପାଣ୍ଠିରୁ ୧୪ ଲକ୍ଷ,୯୭ହଜାର,୨୬୨ଟଙ୍କା ଚୁକ୍ତିନାମା ମୂଲ୍ୟରେ ନିର୍ମାଣ ହେଉଛି କେଉଟ ସାହି କଲ୍ୟାଣ ମଣ୍ଡପ ।

ସମ୍ପୃକ୍ତ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ଠିକାଦାର ସୁମିତ ପାଣିଗ୍ରାହୀ ସମ୍ପାଦନ କରୁଥିବା ନାଗରିକ ସୂଚନା ଫଳକରେ ଦର୍ଶାଯାଇଛି।କିନ୍ତୁ କଲ୍ୟାଣ ମଣ୍ଡପର ନିର୍ମାଣ କାର୍ଯ୍ୟରେ ନିମ୍ନ ମାନର ସାମଗ୍ରୀ ବ୍ୟବହୃତ ହୋଇଥିବା ବେଳେ କେଉଁଠି ଟାଇଲ ଚଟାଣ ଦବି ଯାଇଛି ତ ଆଉ କେଉଁଠି କାନ୍ଥରେ ସ୍ଥାନେ ସ୍ଥାନେ ଫାଟ ସୃଷ୍ଟି ହୋଇଛି।ପାହାଚ ରାସ୍ତାରେ ପୁରୁଣା ଟିଣ ଚଦର ଲଗା ଯାଇଛି।ଶୌଚାଳୟର ବାହାର ଓ ଭିତର କାନ୍ଥରେ ସିମେଣ୍ଟର ଅନୁପାତିକ ମିଶ୍ରଣରେ ଅନିୟମିତତା ଯୋଗୁଁ ନିର୍ମାଣର ଦୁଇ ମାସ ନ ପୁରୁଣୁ ଏଭଳି ନିମ୍ନମାନର କାର୍ଯ୍ୟର ଅସଲ ସ୍ୱରୂପ ସାଧାରଣରେ ଦୃଶ୍ୟମାନ ହେଉଛି ।

ଏଷ୍ଟିମେଟ ଅନୁସାରେ ଗୁଣବତ୍ତା କାର୍ଯ୍ୟ ସମ୍ପାଦନ ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ଲାଭଖୋର ନୀତି ଆପଣେଇ ଠିକାଦାର ଜଣକ ଏଭଳି ନିମ୍ନମାନର କାର୍ଯ୍ୟ ସମ୍ପାଦିତ କରିଛନ୍ତି । ନିମ୍ନ ମାନର କାର୍ଯ୍ୟ ଓ ଏହାର ସ୍ଥାୟୀତ୍ୱ ନେଇ ଅଭିଯୋଗ କଲେ ଠିକାଦାର ଓ ନିୟୋଜିତ କର୍ମଚାରୀ କର୍ଣ୍ଣପାତ କରିବା ପରିବର୍ତ୍ତେ ଓଲଟି ଧମକ ଚମକ ଦେଉ ଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ସମ୍ପୃକ୍ତ ୱାର୍ଡର ପୂର୍ବତନ କାଉନସିଲର ବିକ୍ରମ ବେହେରା,ଘନଶ୍ୟାମ ବେହେରା, ପ୍ରକାଶ ବେହେରା,ପ୍ରମୋଦ ବେହେରା, ହିମାଂଶୁ ବେହେରା,ଭଗବାନ ପାତ୍ର,ସୁଦାମ ପାତ୍ର,ଝିଲି ବେହେରା,ସୁକାନ୍ତି ବେହେରା,ନରସିଂହ ବେହେରା, ନାରାୟଣ ବେହେରାଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ସ୍ବାକ୍ଷର ସମ୍ବଳିତ ଦାବି ପତ୍ର ପ୍ରଦାନ କରି ଏଭଳି ଅନିୟମିତତା ଓ ନିମ୍ନମାନର କାର୍ଯ୍ୟର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Srusti Academy of Management and Technology Becomes an AI-Enabled Campus

ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି AI-ସକ୍ଷମ କ୍ୟାମ୍ପସ୍ ହେଲା AI କୁ ବ୍ୟବହାର କରି ଛାତ୍ରଛାତ୍ରୀ ନିଯୁକ୍ତି ଚୟନରେ ସଫଳ

July 28, 2026
Srusti Academy of Management and Technology Becomes an AI-Enabled Campus

Srusti Academy of Management and Technology Becomes an AI-Enabled Campus

July 28, 2026
ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ

ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ

July 28, 2026
ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ

ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ

July 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Srusti Academy of Management and Technology Becomes an AI-Enabled Campus

ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି AI-ସକ୍ଷମ କ୍ୟାମ୍ପସ୍ ହେଲା AI କୁ ବ୍ୟବହାର କରି ଛାତ୍ରଛାତ୍ରୀ ନିଯୁକ୍ତି ଚୟନରେ ସଫଳ

July 28, 2026
Srusti Academy of Management and Technology Becomes an AI-Enabled Campus

Srusti Academy of Management and Technology Becomes an AI-Enabled Campus

July 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version