• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଟିପିଏସ୍ଓଡିଏଲକୁ ‘ରାଜ୍ୟସ୍ତରୀୟ ବିଦ୍ୟୁତ ସୁରକ୍ଷା ପୁରସ୍କାର ୨୦୨୩’ ସମ୍ମାନ

Proprietor Abhimanyu Maharana by Proprietor Abhimanyu Maharana
July 7, 2023
in ଓଡ଼ିଶା, ଗଞ୍ଜାମ, ବାଣିଜ୍ୟ, ହୋମ୍
0
ଟିପିଏସ୍ଓଡିଏଲକୁ ‘ରାଜ୍ୟସ୍ତରୀୟ ବିଦ୍ୟୁତ ସୁରକ୍ଷା ପୁରସ୍କାର ୨୦୨୩’ ସମ୍ମାନ
Share on FacebookShare on TwitterWhatsapp

ଲଗାତାର ଭାବେ ତୃତୀୟ ଥର ପାଇଁ ବିଦ୍ୟୁତ ସୁରକ୍ଷା ପୁରସ୍କାର ଗ୍ରହଣ

୭ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବ୍ରହ୍ମପୁର  :- ବ୍ରହ୍ମପୁର ସର୍କଲ୍ ଅଧୀନସ୍ଥ ୩୩/୧୧ ଖଣ୍ଡଦେଉଳି ପ୍ରାଥମିକ ସବ୍-ଷ୍ଟେସନରେ ଗ୍ରହଣ କରାଯାଇଥିବା ଶ୍ରେଷ୍ଠ ବିଦ୍ୟୁତ ସୁରକ୍ଷା ବ୍ୟବସ୍ଥା ପାଇଁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ)କୁ ‘ରାଜ୍ୟସ୍ତରୀୟ ବିଦ୍ୟୁତ ସୁରକ୍ଷା ପୁରସ୍କାର ୨୦୨୩’ରେ ସମ୍ମାନିତ କରାଯାଇଛି । ଭୁବନେଶ୍ୱରର ଲୋକସେବା ଭବନରେ ମୁଖ୍ୟ ଯନ୍ତ୍ରୀ (ବିଦ୍ୟୁତ) ତଥା ପ୍ରଧାନ ମୁଖ୍ୟ ବିଦ୍ୟୁତ ନିରୀକ୍ଷକ (ପିସିଇଆଇ)ଙ୍କ ପକ୍ଷରୁ ଆୟୋଜିତ ଚତୁର୍ଥ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ-୨୦୨୩ ଅବସରରେ ଓଡ଼ିଶାର ମାନ୍ୟବର ଶକ୍ତି, ଶିଳ୍ପ ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବଙ୍କ ଦ୍ୱାରା ରାଜ୍ୟସ୍ତରୀୟ ବିଦ୍ୟୁତ ସୁରକ୍ଷା ପୁରସ୍କାର ଘୋଷଣା କରାଯାଇଛି ।

ଶ୍ରେଷ୍ଠ ସୁରକ୍ଷା ପ୍ରଥା ଲାଗି ଟିପିଏସ୍ଓଡିଏଲକୁ ଲଗାତାର ଭାବେ ତୃତୀୟ ଥର ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ‘ମିସନ ଜିରୋ ହାର୍ମ’ (ଶୂନ୍ୟ ଆଘାତ ଲକ୍ଷ୍ୟ) କାର୍ଯ୍ୟକ୍ରମ ପାଇଁ ୨୦୨୧ରେ ଏବଂ ବ୍ରହ୍ମପୁର ସର୍କଲ୍ ଅଧୀନସ୍ଥ ୩୩/୧୧କେଭି ବାଲୁଗାଁ ପ୍ରାଥମିକ ସବ୍-ଷ୍ଟେସନ ପାଇଁ ୨୦୨୨ରେ କଂପାନିକୁ ବିଜେତା ଘୋଷଣା କରାଯାଇଥିଲା । ବ୍ରହ୍ମପୁର ସର୍କଲ୍ ଅଧୀନସ୍ଥ ୩୩/୧୧ କେଭି ଖଣ୍ଡଦେଉଳି ପ୍ରାଥମିକ ସବ୍-ଷ୍ଟେସନରେ କାର୍ଯ୍ୟକାରୀ କରାଯାଇଥିବା ଉଲ୍ଲେଖନୀୟ ବିଦ୍ୟୁତ ସୁରକ୍ଷା ବ୍ୟବସ୍ଥା ପାଇଁ ଟିପିଏସ୍ଓଡିଏଲକୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ସ୍କାଡା କାର୍ଯ୍ୟକାରୀତା, ବିଦ୍ୟୁତ ଉପକରଣର ସୁରକ୍ଷା ବ୍ୟବସ୍ଥା, ଉନ୍ନତ ସୁରକ୍ଷା ପିପିଇ ଓ ଟୁଲର ଉପଯୋଗ, ପିଟିଡବ୍ଲୁ (କାର୍ଯ୍ୟ ପାଇଁ ପରମିଟ୍) ବ୍ୟବସ୍ଥା, ବ୍ୟାପକ ସୁରକ୍ଷା ତାଲିମ ଓ ସୁରକ୍ଷା ବିଧି ଓ ଶିଳ୍ପ ମାନକକୁ ପାଳନ ଭଳି ଉଦାହରଣ ସୃଷ୍ଟିକାରୀ ବିଦ୍ୟୁତ ବ୍ୟବସ୍ଥା ପାଇଁ ପିଏସ୍ଏସକୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଆଜି ପର୍ଯ୍ୟନ୍ତ ସୁରକ୍ଷା ସମ୍ପର୍କିତ ଶୂନ୍ୟ ଘଟଣାର ଚମତ୍କାର ରେକର୍ଡ ଏହି ସବ୍-ଷ୍ଟେସନ ନାମରେ ରହିଛି ।

“ରାଜ୍ୟସ୍ତରୀୟ ବିଦ୍ୟୁତ ସୁରକ୍ଷା ପୁରସ୍କାର-୨୦୨୩ ଗ୍ରହଣ କରି ଆମେ ଅତ୍ୟନ୍ତ ଗର୍ବିତ । ବିଦ୍ୟୁତ ସୁରକ୍ଷାକୁ ପ୍ରାଥମିକତା ଓ ସୁଦୃଢ଼ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପ୍ରତି ଆମର ରହିଥିବା ଅତୁଟ ପ୍ରତିବଦ୍ଧତାକୁ ଏହି ମାନ୍ୟତା ପ୍ରତିଫଳିତ କରୁଛି । ଆମେ ଆମ ଗ୍ରାହକ ଓ ସମାଜକୁ ସେବା ପ୍ରଦାନ ଜାରି ରଖିଥିବା ବେଳେ ବିଦ୍ୟୁତ ସୁରକ୍ଷାର ଉଚ୍ଚତର ମାନକକୁ ବଜାୟ ରଖିବା ସୁନିଶ୍ଚିତ କରିବୁ ବୋଲି ଟିପିଏସ୍ଓଡିଏଲର ସିଇଓ ଶ୍ରୀ ଅମିତ ଗର୍ଗ କହିଛନ୍ତି ।’’

ଟିପିଏସ୍ଓଡିଏଲ ପକ୍ଷରୁ ସୁରକ୍ଷାକୁ ସର୍ବଦା ପ୍ରାଥମିକତା ପ୍ରଦାନ କରାଯାଉଛି ଏବଂ ଦକ୍ଷିଣ ଓଡ଼ିଶାରେ ଥିବା ଏହାର ସମସ୍ତ କାର୍ଯ୍ୟାଳୟ ଓ ୧୯ଟି ଡିଭିଜନ (ମଣ୍ଡଳ)ରେ ୨୦୨୩ ଜୁନ୍ ୨୬ରୁ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ‘ବିଦ୍ୟୁତ ସୁରକ୍ଷା, ବୁଝାମଣା କରନ୍ତୁ ନାହିଁ, ବିଜ୍ଞତାର ପରିଚୟ ଦିଅନ୍ତୁ’ ବିଷୟବସ୍ତୁକୁ ନେଇ ପାଳନ କରାଯାଉଥିବା ଜାତୀୟ ସୁରକ୍ଷା ସପ୍ତାହର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଏକ ସୁରକ୍ଷା ସଚେତନତା ସଂସ୍କୃତିକୁ ସୁଦୃଢ଼ କରିବା ଏବଂ ଶୂନ୍ୟ ଆଘାତର ପ୍ରସାର କରିବା । କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ବିଜନେସ୍ ଆସୋସିଏଟଙ୍କ ସମେତ ସମସ୍ତ କର୍ମଚାରୀମାନଙ୍କୁ ଆବଶ୍ୟକ ସୁରକ୍ଷା ପଦକ୍ଷେପ ବିଷୟରେ ସଚେତନ କରିବା ଲାଗି କଂପାନି ପକ୍ଷରୁ ସୁରକ୍ଷା କାର୍ଯ୍ୟକ୍ରମ ଓ ତାଲିମ ଆୟୋଜନ କରାଯାଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Srusti Academy of Management and Technology Becomes an AI-Enabled Campus

ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି AI-ସକ୍ଷମ କ୍ୟାମ୍ପସ୍ ହେଲା AI କୁ ବ୍ୟବହାର କରି ଛାତ୍ରଛାତ୍ରୀ ନିଯୁକ୍ତି ଚୟନରେ ସଫଳ

July 28, 2026
Srusti Academy of Management and Technology Becomes an AI-Enabled Campus

Srusti Academy of Management and Technology Becomes an AI-Enabled Campus

July 28, 2026
ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ

ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ

July 28, 2026
ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ

ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ

July 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Srusti Academy of Management and Technology Becomes an AI-Enabled Campus

ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି AI-ସକ୍ଷମ କ୍ୟାମ୍ପସ୍ ହେଲା AI କୁ ବ୍ୟବହାର କରି ଛାତ୍ରଛାତ୍ରୀ ନିଯୁକ୍ତି ଚୟନରେ ସଫଳ

July 28, 2026
Srusti Academy of Management and Technology Becomes an AI-Enabled Campus

Srusti Academy of Management and Technology Becomes an AI-Enabled Campus

July 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version