୦୬ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :- ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ଅନ୍ତଃକନ୍ଦକ ଯୋଗୁଁ ମୋହନା ବ୍ଳକ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ବାଧାପ୍ରାପ ହୋଇଛି। ମଙ୍ଗଳବାର ସକଳୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓଲ୍ଲାଇଥିଲେ କାର୍ଯ୍ୟରତ ମହିଳା ସ୍ବାସ୍ଥ୍ୟକର୍ମୀ । ଫଳରେ ଚିକିତ୍ସା ସୁବିଧା ନପାଇ ରୋଗୀ ଓ ସମ୍ପର୍କୀୟ ନାନା ଅସୁବିଧାର ସମ୍ମୁଖିନ ହୋଇଥିଲେ । ଲବାରସିଂ ଗ୍ରାମର ଜଣେ ପ୍ରସୂତି ଯନ୍ତାଣାରେ ଛଟପଟ ହୋଇ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିବା ବେଳେ ଡାକ୍ତର ସାମାନ୍ୟ ଚିକିତ୍ସା କରିବା ପରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ ।
ଏହାକୁ ନେଇ ଅପ୍ରୀତିକର ପରିସ୍ଥିତି ଦେଖା ଦେଇଥିଲା । ସ୍ବାସ୍ଥ୍ୟକେନ୍ଦ୍ରରେ ସେବିକାମାନେ ଉପସ୍ଥିତି ଥିଲେ ମଧ୍ୟ ରୋଗୀ ସମ୍ପର୍କୀୟ ଅତି ଆକୁଳ ନିବେଦନ କରି ଥିଲେ ମଧ୍ୟ କେହି ପାଖକୁ ଆସିନଥିଲେ । ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ ଜାତିଆଣ ଆକ୍ଷେପ କରୁଛନ୍ତି । ଏହାକୁ ନେଇ ପରସ୍ପର ମଧ୍ୟରେ ଗଣ୍ଡଗୋଳ ହେଉଥିଲେ ମଧ୍ୟ ସମ୍ପକ୍ତ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଦାବିରେ ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ ।
ତେବେ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଏନ ଜୟପ୍ରକାଶ ଉକ୍ତ ବିଷୟକୁ ଗମ୍ଭୀରତାର ସହ ନେବା ସହ ଉପରିସ୍ଥ ଜିଲ୍ଲା ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି । ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଭଳି ବିବାଦ ଅନେକ ସମୟରେ ଘଟିଆସୁଥିବା ବେଳେ ବାରମ୍ବାର ଦୂରଦୂରାନ୍ତରୁ ସ୍ବାସ୍ଥ୍ୟ ସେବା ପାଇଁ ଆସୁଥିବା ରୋଗୀ ଓ ରୋଗୀ ସମ୍ପକୀୟ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ବହୁ ରୋଗୀ ସେବା ପ୍ରଭାବିତ ଦିନ ତମାମ ଲାଗିରହିଛି । ସ୍ଥିତିରେ ସ୍ବାଭାବିକ ଅବସ୍ଥା ଆଣିବାକୁ ଚେଷ୍ଟା ଚାଲୁଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ।
ଜନସାଧାରଣଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ କରି ସ୍ବାସ୍ଥ୍ୟକେନ୍ଦ୍ରରେ ସରକାର ସ୍ବାସ୍ଥ୍ୟ କର୍ମୀଙ୍କୁ ନିୟୁକ୍ତ ଦେଇଥିଲେ ମଧ୍ୟ ଗୁରୁତ୍ବପୂଣ୍ଣ କାର୍ଯ୍ୟ ଦାୟତ୍ବରେ ଚରମ ଅବହେଳା କରି ଅସୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅଞ୍ଚଳରେ ଜନଅନ୍ତୋଷ ବୃଦ୍ଧି ପାଉଛି । ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୋହନା ବ୍ଲକ ସମେତ ନୂଆଗଡ ଓ ଆର,ଉଦୟଗିରି ବ୍ଲକ ବାସିନ୍ଦା ସ୍ବାସ୍ଥ୍ୟସେବା ପାଇଁ ନିଭରଶୀଳ ହୋଇଥାନ୍ତି କିନ୍ତୁ ମେଡିକାଲର ଡାକ୍ତର ହେଉ କିମ୍ବା ସ୍ବାସ୍ଥ୍ୟ କର୍ମୀଙ୍କ ଅବହେଳାରୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ମିଳିପାରିନାହିଁ। ସମସ୍ୟା ସମ୍ପର୍କରେ ବହୁବାର ଜିଲ୍ଲା ଚିକିତ୍ସାଧିକାରୀଙ୍କ ସମେତ ଜିଲ୍ଲାପାଳ ଓ ବହୁ ଉର୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଯୋଗୁଁ ତୁରନ୍ତ ସମାଧାନ କରାଯାଉ ବୋଲି ଦାବି କରିଛନ୍ତି ସ୍ଥାନୀୟ ଜନସାଧାରଣ ।