୦୬ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :- ପ୍ରଧାନ ମନ୍ତ୍ରୀ ସୁରକ୍ଷା ବିମା ଯୋଜନାରେ ହିତାଧିକାରିଙ୍କ ପରିବାର ପାଉଛନ୍ତି ଉପକାର। ଗଜପତି ଜିଲ୍ଲା ଖଜୁରୀପଦା ଷ୍ଟେଟ ବ୍ୟାଙ୍କ ଶାଖାରେ ନୂଆଗଡ଼ ବ୍ଲକ ଅନ୍ତର୍ଗତ ପି. ଅନ୍ତରଡା ପଞ୍ଚାୟତର ଡାଗଡ଼ପୁର ଗ୍ରାମର ନିମିଏଲ ଦଳବେହେରାଙ୍କ ସ୍ତ୍ରୀ ଙ୍କୁ ପ୍ରଧାନ ମନ୍ତ୍ରୀ ସୁରକ୍ଷା ବିମା ଯୋଜନା ମାଧ୍ୟମରେ ମିଳିଲା ୨ଲକ୍ଷ ଟଙ୍କା । ଲୋକଙ୍କୁ ସଚେତନତା କରାଇବା ଉଦ୍ଦେଶ୍ୟରେ ଷ୍ଟେଟ ବ୍ୟାଙ୍କର ଖଜୁରୀପଦା ଶାଖାର ପରିଚାଳକ ସାଗର ଚନ୍ଦ୍ର ଖଟୋଇ ଏହି ଯୋଜନା ମାଧ୍ୟମରେ ଉପକୃତ ପାଇଥିବା ହିତାଧିକାରୀଙ୍କୁ ଏହ ପ୍ରଦାନ କରିଥିଲେ ।
ସୂଚନା ଅନୁଯାୟୀ ନିମିଏଲ ଦଳବେହେରା ପ୍ରଧାନ ମନ୍ତ୍ରୀ ସୁରକ୍ଷା ବିମା ଯୋଜନାରେ ବାର୍ଷିକ ୨୦ଟଙ୍କା ଏହି ବ୍ୟାଙ୍କରେ ଜମା ଦେଉଥିଲେ। ୨୦୨୨ ଜୁଲାଇ ୫ତାରିଖରେ ନିମିଏଲ ଦଳବେହେରା ବାଇକ୍ ଦୁର୍ଘଟଣାରେ ମୃତୁ ବରଣ କରିଥିଲେ। ବ୍ୟାଙ୍କ କର୍ମଚାରୀଙ୍କ ପ୍ରଚେଷ୍ଟାରେ ଆଜି ମୃତକଙ୍କ ସ୍ତ୍ରୀ ଅଞ୍ଜନି ଦଳବେହେରାଙ୍କୁ ୨ଲକ୍ଷ ଟଙ୍କା ରାଶି ମିଳିଛି। ଉପାନ୍ତ ଅଞ୍ଚଳର ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରଧାନ ମନ୍ତ୍ରୀ ସୁରକ୍ଷା ବିମା ଯୋଜନାରେ ବାର୍ଷିକ ୨୦ ଟଙ୍କା ଏବଂ ପ୍ରଧାନ ମନ୍ତ୍ରୀ ଜୀବନ ଯୋତି ଯୋଜନା ବାର୍ଷିକ ୪୩୬ ଟଙ୍କା ଜମା କଲେ ସେମାନଙ୍କ ପାଇଁ ଏହି ସୁବିଧା ମିଳିବା କହିଛନ୍ତି ଶାଖାର ପରିଚାଳକ ।