୫ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ ପାଣ୍ଡିୟାନଙ୍କ ଗଜପତି ଗସ୍ତ ବେଳେ ଅନେକ ଗ୍ରାମରୁ ସହାୟତା ପାଇବା ଲାଗି ଦରଖାସ୍ତ ଓ ଅନୁରୋଧ ରଖିଥିଲେ। ସେ ସବୁକୁ ଦୃଷ୍ଟିରେ ରଖି ଯଥେଷ୍ଟ ଅନୁଦାନ ଘୋଷଣା କରାଯାଇଥିବା ଯୋଗୁଁ ଗ୍ରାମସମୂହର ଲୋକମାନେ ବ୍ଲକ କର୍ମକର୍ତ୍ତାମାନଙ୍କ ସହ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସଙ୍କ ଉପସ୍ଥିତିରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ସଚିବଙ୍କୁ ସମ୍ବର୍ଦ୍ଧନା ଜଣାଇ କୃତଜ୍ଞତା ଜ୍ଞାପନ କରୁଛନ୍ତି।

ମାନ୍ୟବର ମୁଖ୍ୟମନ୍ତ୍ରୀ ଗଜପତି ଜିଲ୍ଲା ର ନୂଆଗଡ ବ୍ଲକର ବିଭିନ୍ନ ଗ୍ରାମ କୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଅନୁଦାନ କରିଛନ୍ତି .ବିଜେଡି ସଭାପତି ଜଗବନ୍ଧୁ ଦାସ, ଉପ- ସଭାପତି ଜେମସ ରାଇକା, ବ୍ଲକ ସଭାପତି ଯୋହନ ମାଝୀ, ସାଂସଦ ପ୍ରତିନିଧି ରିଙ୍କୁ ପାଣି ଓ ଅନେକ ବିଜେଡି ନେତା ଏବଂ କର୍ମୀମାନଙ୍କୁ ସମ୍ମାନିତ କରିବା ସହ ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ତଥା ୫ଟି ସଚ୍ଚିବ ଶ୍ରୀ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣେଇଛନ୍ତି। ଗ୍ରମବାସୀଙ୍କ ଉପସ୍ଥିତିରେ ଅନେକ ଜାଗାରେ ଭୂମିପୂଜା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ।
















