୪ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାଟଣାଗଡ଼ :- ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ କାର୍ଯ୍ୟାଳୟ ଠାରେ ଜିଳ୍ଳାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଜନଶୁଣା ଣୀ ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ସମସ୍ତ ଅଧିକାରୀ ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ହୃଷିକେଶ ଖିଲାରୀ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ କୁବେର ମହନ୍ତ, ଭାରପ୍ରାପ୍ତ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ କମଳାକାନ୍ତ ବାରିକ, ଜିଲ୍ଲା ଯୋଗାଣ ଅଧିକାରୀ ମୀର ଅଲ୍ଲୀ, ବଲାଙ୍ଗିର ବନଖଣ୍ଡ ଅଧିକାରୀ ନିତିଶ କୁମାର, ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଜ୍ୟୋତିର୍ମୟ ଭୁକ୍ତା, ଉପଖଣ୍ଡ ଅବକାରୀ ଅଧିକ୍ଷକ ସତ୍ୟନାରାୟଣ ଦାସ,ଲାଠୋର ରେଞ୍ଜର ପ୍ରଭାତୀ ସେଠୀ,

ବେଲପଡା ତହସିଲଦାର ପ୍ରଶାନ୍ତି ପ୍ରଧାନ,ବେଲପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭିକ୍ଟୋର ସୋରେଙ୍ଗ, ବ୍ଳକ ଅଧ୍ୟକ୍ଷା କୁମାରୀ ଟିନା କୁମ୍ଭାର, ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ସୁରଜ୍ ପଟେଲ, ଯୋଗାଣ ଅଧିକାରୀ ବିଶ୍ବଜିତ ରାଉତ,ଏସିଷ୍ଟାଣ୍ଡ ଇଞ୍ଜିନିୟର,ଜିପିଇଓ ଗୋବିନ୍ଦ ଭୋଇ, ସମସ୍ତ କନିଷ୍ଠ ଯନ୍ତ୍ରୀ, ସମସ୍ତ ପିଇଓ, ସମସ୍ତ କ୍ଳାର୍କ ଉପସ୍ଥିତ ଥିବା ବେଳେ ବେଲପଡା ଥାନା ଅଧିକାରୀ ରାଜେନ୍ଦ୍ର ବେହେରା ଉପସ୍ଥିତ ରହି ଆଇନ ଶୃଙ୍ଖଳା ସ୍ଥିତି ସମୀକ୍ଷା କରୁଥିଲେ । ଜନଶୁଣାଣୀ ଶିବିରରେ ମାତ୍ର ୧୨ ଟି ଅଭିଯୋଗ ଦାଖଲ କରାଯାଇଛି ।

ବେଲପଡା ବ୍ଳକ ଏକ ଦାଦନ ପ୍ରବଣ ଅଞ୍ଚଳ ହୋଇଥିବାରୁ ଏଠାରେ ଲୋକଙ୍କ ଅନେକ ସମସ୍ୟା ରହିଛି । କିନ୍ତୁ ବ୍ଳକ ପ୍ରଶାସନ ର ଉଦାରତା ମନୋଭାବ ପାଇଁ ଲୋକଙ୍କ ପାଖକୁ ଜନଶୁଣାଣୀ ର ଖବର ପହଞ୍ଚି ପାରିନଥିବା ଶୁଣିବାକୁ ମିଳୁଛି । ଏବେ ବେଲପଡା ବ୍ଳକ ରେ ଅନେକ ଗୁଡ଼ିଏ ଉନ୍ନତି କାମ ରେ ଦୁର୍ନୀତି ଭରି ରହିଛି ଯାହାକି ଜନସାଧାରଣଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ସେଥିପାଇଁ ବେଲପଡା ବ୍ଳକ ପ୍ରଶାସନ ନିଜ ଦୁର୍ନୀତି ଅଭିଯୋଗ ନହେଉ ବୋଲି ଲୋକଙ୍କୁ ଜଣାଉନଥିବା ବୁଦ୍ଧି ଜୀବି ମହଳରେ ଚର୍ଚ୍ଚା ହେଉଛି ।















