No Result
View All Result
୪ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :- ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ଅଖିଳ ଭାରତୀୟ ଗାୟତ୍ରୀ ପରିବାର ନର୍ଲା ବ୍ଲକ୍ ତରଫରୁ ନର୍ଲା ଜଗନ୍ନାଥ ମନ୍ଦିର ପରିସରରେ ଗୁରୁ ପୂର୍ଣିମା ପର୍ବ ତଥା ଏକ କୁଣ୍ଡିଅ ଗାୟତ୍ରୀ ମହାଯଜ୍ଞ, ଗୁରୁ ଗୀତା ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ବ୍ଳକ କର୍ମକର୍ତ୍ତା ଗଠନ ପ୍ରକ୍ରିୟା ମଧ୍ୟ ସଂପୂର୍ଣ୍ଣ କରାଯାଇଥିଲା । ଉକ୍ତ ଯଜ୍ଞ କର୍ମକୁ ଅଶୋକ ପେଣ୍ଠୋଇ, ଗଣେଶ ଚନ୍ଦ୍ର ପୃଷ୍ଟି ଏବଂ ପ୍ରଜ୍ଞାପୁତ୍ରୀ ସୁଶ୍ରୀ ପୂର୍ଣ୍ଣିମା ଭଉଣୀ ସଞ୍ଚାଳନ କରିଥିଲେ । ଏହି ଶୁଭ ଅବସରରେ ପରମ ପୂଜ୍ୟ ଗୁରୁଦେବ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ ଦ୍ଵାରା ଶାନ୍ତିକୁଞ୍ଜ ହରିଦ୍ଵାରରୁ ଆରମ୍ଭ କରାଯାଇଥିବା ବୃକ୍ଷଗଙ୍ଗା ଅଭିଯାନକୁ ନର୍ଲା ବ୍ଲକ୍ ଗାୟତ୍ରୀ ପରିବାର ତରଫରୁ ନର୍ଲା ଅଞ୍ଚଳରେ ଶୁଭାରମ୍ଭ କରି ନର୍ଲା ଶିଶୁ ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରା ଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ବ୍ଲକ୍ ଅନ୍ତର୍ଗତ ୨୦ ଖଣ୍ଡ ଗ୍ରାମର ୧୧୫ ଗାୟତ୍ରୀ ପରିବାରର ସମସ୍ତ ପରିଜନ ଅଂଶ ଗ୍ରହଣ କରିଥିଲେ । ଯଜ୍ଞ କର୍ମ ସମାପ୍ତ ହେବା ପରେ ଜିଲ୍ଲା ଗାୟତ୍ରୀ ପରିବାର ମୁଖ୍ୟ ସଂଯୋଜକ ତପନ କୁମାର ସାହୁ, ଗାୟତ୍ରୀ ପରିବାର ବରିଷ୍ଠ କାର୍ଯ୍ୟକର୍ତ୍ତା ମେଦିନୀ ଧର ଜାନି, ଚକ୍ରଧର ସାହୁ,ନର୍ଲା ଗାୟତ୍ରୀ ପ୍ରଜ୍ଞା ମଣ୍ଡଳର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ଉପସ୍ଥିତ ଥିବା ସମସ୍ତ ଗାୟତ୍ରୀ ପରିବାର ପରିଜନଙ୍କ ସହମତିରେ ପୁରାତନ ବ୍ଲକ କମିଟିକୁ ବଦଳାଇ ନୂତନ କମିଟି ଗଠନ କରାଯାଇଥିଲା। ବ୍ଲକ ମୁଖ୍ୟ ସଂଯୋଜକ ଭାବରେ ଶ୍ରୀଯୁକ୍ତ ଅନିଲ କୁମାର ଅଗ୍ରୱାଲ (ହଡୋଦିଆ), ସହ ସଂଯୋଜକ ତୀର୍ଥ ବୁଦ୍ଧିଆ,
ଅଫିସ ଇନଚାର୍ଜ ବିକ୍ରମ ଗଉଡ, ଯୁବା ପ୍ରକୋଷ୍ଠ ମୁଖ୍ୟ ଗଣେଶ ଚନ୍ଦ୍ର ପୃଷ୍ଟି, ନାରୀ ଜାଗରଣ ମୁଖ୍ୟ ଶ୍ରୀମତୀ ସୁଷମା ପୁଟେଲ, ସଂଗଠନ ମୁଖ୍ୟ ପ୍ରମୋଦ କୁମାର ବେହେରା, କେସିଅର୍ ଜୟନ୍ତ ଦାସ, ଭାରତୀୟ ଜ୍ଞାନ ପରୀକ୍ଷା ମୁଖ୍ୟ ପ୍ରହଲ୍ଲାଦ ବିଶ୍ଵାଳ, ମିଡିଆ ପ୍ରଭାରୀ ନିକୁଞ୍ଜ କୁମାର ଦତ୍ତା, ଯୁବା ପ୍ରକୋଷ୍ଠ ସହଯୋଗୀ ଶୁକଦେବ ସାହୁ, ସଂଗଠନ ସହଯୋଗୀ ମହେଶ୍ଵର ମାଝୀଙ୍କୁ ଚୟନ କରି ନୂତନ ବ୍ଲକ କମିଟି ଗଠନ କରା ଯାଇଥିଲା । ସବାଶେଷରେ ଶାନ୍ତି ପାଠ ସହ ଉକ୍ତ କାର୍ଯ୍ୟକ୍ରମ ସମାପନ ହୋଇଥିଲା ।


No Result
View All Result