୧ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ମୋହନାରେ ମହାପ୍ରୟାଣ ଗାଡି ନ ମିଳିବାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଟ୍ରଲି ରିକ୍ସରେ ବୁହାଯାଇଛି । ଗୁରୁବାର ରାତିରେ ମୋହନାରେ କୃଷ୍ଣ ସାହୁଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତ୍ବର ହେବାରୁ ପରିବାର ଲୋକେ ତାଙ୍କୁ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ରାଜ୍ୟ ସରକାର ମୃତଦେହକୁ ଘରେ ପହଞ୍ଚାଇବା ପାଇଁ ମହାପ୍ରୟାଣ ଗାଡିର ବ୍ୟବସ୍ଥା କରିଛନ୍ତି । ହେଲେ ମୋହନାରେ ଏହାର ବ୍ୟକ୍ତିକ୍ରମ ଦେଖିବାକୁ ମିଳିଛି । ମହାପ୍ରୟାଣ ଗାଡି ନ ମିଳିବିରୁ କୃଷ୍ଣଙ୍କ ମୃ ତଦେହକୁ ସ୍ତ୍ରୀ ଜୟନ୍ତୀ ଏକ ଟ୍ରଲି ରିକ୍ସାରେ ପ୍ରାୟ ଏକ କିମି ନେଇଥିଲେ ।ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତୁରନ୍ତ ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ଦାବି ହେଉଛି । ଯଦି ଆଗାମୀ ଦିନରେ ଏହାର ସମାଧାନ ନ ହେଲେ ଅନିଦ୍ଧିଷ୍ଟ କାଳ ଧାରଣାରେ ବସିବେ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।