୨୯ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ା :- ରାୟଗଡା କସ୍ତୁରୀ ନଗର ସ୍ଥିତ ସକ୍ଷମ କାର୍ଯ୍ୟାଳୟ ଠାରେ ସକ୍ଷମ ପ୍ରତିଷ୍ଠା ଦିବସ ପାଳନ କରାଜାଇଛି | ଉକ୍ତ କାର୍ଯ୍ୟକ୍ରମ ରେ ସକ୍ଷମ ର ରାଜ୍ୟ ସଂରକ୍ଷକ ଡକ୍ଟର ବାଦଲ କୁମାର ତା , ସକ୍ଷମ ର ଜ଼ିଲ୍ଲା ସହ-ସମ୍ପାଦକ ଶ୍ରୀ ଜଳନ୍ଧର ବାଚେଲି, ଜ଼ିଲ୍ଲା ଦିବ୍ୟାଙ୍ଗ କେନ୍ଦ୍ର ପାଳକ ଶ୍ରୀ ଏମ ବିଦ୍ୟା ସାଗର ,
ସେବା ଭାରତୀ ଜ଼ିଲ୍ଲା ସମ୍ପାଦକ ଶ୍ରୀ ବିଦ୍ୟା ଭୂଷଣ ପଣ୍ଡା , ଦିବ୍ୟାଙ୍ଗ ମିତ୍ର ଶ୍ରୀ ରବିନ୍ଦ୍ର ପାଟଖଣ୍ଡାଲ , ଶ୍ରୀ ବିଜୟ ଦାଶ , ସୁଶ୍ରୀ କବିତା ମାଣ୍ଡାଙ୍ଗି ଏବଂ ଜିଲ୍ଲାର ସମସ୍ତ ବ୍ଳକର ଦିବ୍ୟାଙ୍ଗ ଭାଇ ଭଉଣୀ ଉପସ୍ଥିତ ଥିଲେ । ସକ୍ଷମ ର ଆଗାମି ଦିନର ଯୋଜନା ଏବଂ ଲକ୍ଷ୍ୟ ଉପରେ ଡକ୍ଟର ବାଦଲ କୁମାର ତାହା ବିସ୍ତୃତ ଭାବେ ଉପସ୍ଥାପନା କରିଥିଲେ | ଉକ୍ତ କାର୍ଯ୍ୟକ୍ରମକୁ ରାଜ୍ୟ ଯୁବା ପ୍ରମୁଖ ଶ୍ରୀ ଶ୍ୟାମ କୁମାର ଦାଶ ପରିଚାଳନା କରିଥିଲେ |














