ଚିନାସାରି ଗ୍ରାମ ଠାରୁ ଆଜିଂଙ୍ଗ୍ ତାଙ୍ଗ୍ ଗ୍ରାମ ପର୍ଯ୍ଯନ୍ତ ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ମହାତ୍ମା ଗାନ୍ଧୀ ଗ୍ରାମୀଣ ଯୋଜନା କାମରେ ବର୍ଷକୁ ୨୦୦ ଦିନ କାମ,ଦୈନିକ ମୂଲ୍ୟ-୬୦୦/- ଟଙ୍କା ମଜୁରୀ ଦିଆଯାଉ । ପେନ୍ ସନ୍ ହିତାଧୀକାରୀମାନଙ୍କୁ ଗ୍ରାମ ପଞ୍ଚାୟତରେ ଭତ୍ତା ଟଙ୍କା ଯୋଗାଇ ଦେବା ନେଇ ଆଦିବାସୀ ସଂଘର୍ଷ ମୋର୍ଚ୍ଚାର କେନ୍ଦ୍ର କମିଟି ସଭ୍ୟ ଶ୍ରୀ- ତ୍ରୀପତି ଗମାଙ୍ଗ ଆହ୍ବାନ ଦେଇଥିଲେ।
ଗୁଣପୁର ଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଜଙ୍ଗଲ ଏରିଆରେ ରହିଥିବା ଆଜିଂଙ୍ଗ୍ ତାଙ୍ଗ୍ ଗ୍ରାମର ୪୦ ଜଣ ଲୋକଙ୍କ ଜଙ୍ଗଲ ଜମି ପଟ୍ଟା କରିବା ନାମରେ ଆର୍•ଆଇ ଲୋକଙ୍କ ପାଖରୁ ହଜାର ହଜାର ଟଙ୍କା ନେବା କଥାକୁ ତିଭ୍ର ଭାବରେ ସମାଲୋଚନା କରାଯାଇଛି । ଏଥିରେ ମୂଖ୍ୟତଃ ଉପସ୍ଥିତ ମିନ ଶବର,ସଞ୍ଜୀବ ଶବର,ଡିଜିଏଲ୍ ଗମାଙ୍ଗ,ଆଗୟ ଶବର,ରେନି ବଡ ରଇତ,ରାଜେନ୍ଦ୍ର ଗମାଙ୍ଗ,ଅଭିମାଏଲ୍ ଗମାଙ୍ଗ ଏବଂ ଆଦିବାସୀ ସଂଘର୍ଷ ମୋର୍ଚ୍ଚା ରାଜ୍ୟ କମିଟି ଶ୍ରୀ-ତ୍ରୀପତି ଗମାଙ୍ଗ ପ୍ରମୁଖ ଥିଲେ ।

© 2023 Odisha Taza News.