୨୯ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଲକ,ମୋହନା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭାଲିଆଗୁଡା ଗ୍ରାମର ପିତର ନାୟକ (ବୟସ-୧୮)ଦୁର୍ଘଟଣା ରେ ତାଙ୍କର ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା lପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାପରେ ତାଙ୍କ ଗୋଡ଼ରେ ରୋଡ଼ ପକାଇଦିଆଯାଇଥିଲା l ବର୍ତ୍ତମାନ ସେହି ରୋଡ଼ କୁ କାଡ଼ିବା ପାଇଁ ପାଖରେ ଟଙ୍କାଟିଏ ବି ନାହିଁ ପରିବାର ପାଖରେ l ଏପଟେ ଡାକ୍ତର ଠିକ ଭାବେ ସେହି ହାଡ କୁ ଯୋଡି ନ ଥିବା ମଧ୍ୟ ଅଭିଯୋଗ କରିଛନ୍ତି ପରିବାର ଲୋକେ ସେହି ରୋଡ଼ କୁ ନ କାଡ଼ିବା ଫଳରେ ଗୋଟିଏ ଗୋଡ ପଚି ଗଲାଣି l
ଯଦ୍ୟପି ପିତର ଙ୍କୁ ଅତି ଶୀଘ୍ର ଡାକ୍ତର ଖାନାକୁ ନ ନିଆଯାଏ ତେବେ ତାଙ୍କର ଗୋଟିଏ ଗୋଡ଼ ବାଧ୍ୟ ହୋଇ କାଟିବାକୁ ପଡିପାରେ l ପରିବାର ଲୋକ ଙ୍କ ଅର୍ଥ ଅଭାଵ ହେତୁ ଚିକିତ୍ସା ରେ ପ୍ରତିବନ୍ଧକ ସୃଷ୍ଟି ହେଉଥିବା କଥା ଶୁଣି ଆଜି ସମାଜ ସେବା ପାଇ ଗଜପତି ଜିଲ୍ଲାରେ ଚର୍ଚ୍ଚାରେ ଥିବା ଯୁବ ସମାଜ ସେବୀ ଆହ୍ବାନ ନାୟକ ତାଙ୍କୁ ଦେଖିବା ପାଇଁ ଯାଇଥିଲେ l ତାଙ୍କୁ ଆଶ୍ୱାସନା ଦେଇ ଯଥା ଶୀଘ୍ର ପ୍ରଶାସନ ତାଙ୍କର ଚିକିତ୍ସାର ବ୍ୟବସ୍ଥା କରିବା ପାଇଁ ଦାବି କରିବା ସହ ସାଧାରଣ ଲୋକ ଙ୍କୁ ମଧ୍ୟ ସାମର୍ଥ୍ୟ ଅନୁଯାଇ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି ଯୁବ ସମାଜ ସେବୀ ଆହ୍ବାନ ନାୟକ