ଓଡିଶା ତାଜା ନ୍ୟୁଜ୍ (୨୫ ଜୁନ୍ ଗୁରୁବାର ) ଗଜପତି /ପାରଳଖେମୁଣ୍ଡି :- ଗଜପତି ଜିଲ୍ଲାରେ ଆଉ ୨୯କରନା ପୋଜେଟିଭ ଚିହ୍ନଟ ହେବ ପରେ ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ି ୩୮୪ରେ ପହଞ୍ଚିଛି l ଚିହ୍ନଟ ଙ୍କମଧ୍ୟରୁ ୭ଜଣ ବିଭିନ୍ନ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ହୋଇଥିବା ବେଳେ ୨୨ ଜଣ କଣ୍ଟେ ନ ମେଣ୍ଟ ଜୋନ୍ ର ବୋଲି ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି l ଆକ୍ରାନ୍ତ ୨୯ ଜଣଙ ଯାକଙ୍କୁ ଆର. ସିତାପୂର କୋଭିଡ୍ ହସ୍ପିଟାଲ୍ ଓ କୋଭିଡ କେର ସେଣ୍ଟର କୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି l
ଗଜପତି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୮୪କୁ ବୃଦ୍ଧି ପାଇଥିବା ନେଇ ଜିଲ୍ଲାପାଳ ଅନୁପମ ଶାହା ଏକ ପ୍ରେସ ବାର୍ତ୍ତା ଜାରୀ କରି ସୂଚନl ଦେଇଛନ୍ତି l ଲଗାତାର ଗଜପତି ଜିଲ୍ଲାରେ କରନା ପୋଜେଟିଭ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଗଜପତି ଜିଲ୍ଲା ପାଳ ବିନା କାମରେ ବାରମ୍ବାର ବାହାରକୁ ନ ବହାରିବl ପାଇଁ ଜନ ସାଧାରଣ ଙ୍କୁ ଅନୁରୋଧ କରିଛନ୍ତି l (ରିପୋର୍ଟ: ଗରୁଡ଼ ଧ୍ୱଜ ଚୌଧୁରୀ)