୨୯ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ )ଜଟଣୀ :- ପୁରୀ ବାହୁଡା଼ ଯାତ୍ରା ରେ ମହା ପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଲକ୍ଷ୍ୟ ଲକ୍ଷ୍ୟ ଲୋକଙ୍କର ସମାଗମ ଦେଖିବାକୁ ମିଳିଥିଲା l ପୁରୀରେ ବହୁ ସାମାଜିକ ଅନୁଷ୍ଠାନ ଏବଂ ସ୍ୱେଚ୍ଛାସେବୀ ମାନେ ରଥଯାତ୍ରା ଏବଂ ବାହୁଡା଼ରେ ଅନେକ ଯାଗାରେ ସେବା କରୁଥିବାର ଦେଖିବାକୁ ମିଳିଥାଏ l
ରନ୍ଧା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରିବାର ଦେଖିବାକୁ ମିଳିଥାଏ କିନ୍ତୁ ଆଜି ନିଆରା ରୂପରେ ସେବା କରିଥିଲେ l ଜଟଣୀରେ ନୂଆ କରି ଗଢି ଉଠିଥିବା ସାମାଜିକ ଅନୁଷ୍ଠାନ “ମୋ ପରିବାର”ର ପ୍ରତିଷ୍ଠାତା ଆଇନୀଜୀବୀ ଶୁଭେନ୍ଦ୍ର କୁମାର ଶତପଥୀଙ୍କ ଧର୍ମପତ୍ନୀ ସମାଜସେବୀ ଜ୍ୟୋତ୍ସ୍ନା ରାଣୀ ମିଶ୍ର ବାହୁଡା଼ରେ ଶରଧା ବାଲିରେ କୁନି କୁନି ପିଲା ମାନଙ୍କୁ ନୂଆ ଗଞ୍ଜି ଏବଂ ବିସ୍କୁଟ ବାଣ୍ଟି ଥିଲେ l
ଉକ୍ତ ସ୍ଥାନ କୁ ମା ବାପାଙ୍କ ସହିତ ପିଲାମାନେ ବହୁ ଖୁସୀରେ ଆସି ନେଇଥିଲେ l ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ପୁରୁଷୋତ୍ତମ ମହାରଣା,ପ୍ରତ୍ୟୁଷ ରଥ ଏବଂ ଯୋଗେଶ୍ୱର ତ୍ରିପାଠୀ l ଶୁଭେନ୍ଦ୍ର ଶତପଥୀ













