୨୫ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଛେଳିଗଡ ଜଳବିଦ୍ୟୁତ ପ୍ରକଳ୍ପକୁ ନେଇ ସ୍ବପ୍ନ ଯେତେ ପାଖେଇ ଆସୁଛି ପ୍ରକଳ୍ପ ଯୋଗୁଁ ବାସ୍ତୁହରା ହୋଇଥିବା ଲୋକଙ୍କ ଦ୍ବାରା ସେତିକି ଅଭିଯୋଗ ହେଉଛି । ଶନିବାର ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ସ୍କୃତିରଞ୍ଜନ ପ୍ରଧାନ କାର୍ଯ୍ୟରେ ଯୋଗଦେବାପରେ ଛେଳିଗଡ ପ୍ରକଳ୍ପ ବୁଡି ଅଞ୍ଚଳର କିଛି ଗ୍ରାମବାସୀ ଅଭିଯୋଗ ପତ୍ରଧରି ପହଞ୍ଚିଥିଲେ । ଛେଳିଗଡ ଜଳସେଚନ ପ୍ରକଳ୍ପ ଉପରେ ସବିଶେଷ ତଥ୍ୟ ସଂଗ୍ରହ ପାଇଁ ମହେନ୍ଦ୍ରଗଡ ଗ୍ରାମରେ ଜଳସେଚନ ପ୍ରକଳ୍ପର ମୁଖ୍ୟ କାର୍ଯ୍ୟାଳୟକୁ ଯାଇଥିବା ସମୟରେ ଶତାଧିକ ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ଭେଟି ୨୨ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ ।
୧୯ଟି ଆଂଶିକ କ୍ଷତିଗ୍ରସ୍ତ ଲୋକଙ୍କୁ ନୂତନ ଥଇଥାନ ନୀତି ଅନୁଯାଇ କ୍ଷେତିପୂରଣ ପ୍ରଦାନ, ପ୍ରତି ଡିପି ପରିବାରକୁ ୨୦ଲକ୍ଷ ଟଙ୍କା ପ୍ରଦାନ, ଶିକ୍ଷିତଙ୍କୁ ନିଶ୍ଚିତ ନିୟୁକ୍ତି, ୫ବଷରୁ ଉଦ୍ଧ୍ବ ପିଲାଙ୍କୁ ନୂତନ ଡିପି ଭାବେ ଗଣନା କରିବା, ୨୦୨୨- ୨୩ ଅନୁଯାୟୀ ଜମିର ମୂଲ୍ୟ ନିର୍ଦାରଣ କରିବା ଭଳି ଦାବି ରହିଥିବା ବେଳେ ଏହାର ସମାଧାନ ନହେବା ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରଖିବାକୁ ପଦକ୍ଷେପ ନେବା ଲାଗି ଅଡି ବସିଥିଲେ । ଏ ନେଇ ନୂତନ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଗ୍ରାମବାସୀଙ୍କୁ ଏହାର ନିର୍ଯ୍ୟାସରେ ପହଞ୍ଚିବା ନୁତନ ଆସିଛିି ସରକାରଙ୍କ ନିୟମପ୍ରକାରେ ସମସ୍ତ କାମ ହେବ ।ଏଥି ପାଇଁ କିଛି ଦିନ ସମୟ ମାଗିଥିଲେ । ଯଦି ସ୍ଥାୟୀ ସମାଧାନ କରାନଯାଏ ତେବେ ପ୍ରକଳ୍ପର ସମସ୍ତ କାର୍ଯ୍ୟାଳୟ ସହ ଚନେଲ କାମ ବନ୍ଦ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।