ଓଡିଶା ତାଜା ନ୍ୟୁଜ୍ (୨୪ ଜୁନ୍ ବୁଧବାର) ଭୁବନେଶ୍ୱର :- ଗଜପତି ଜିଲ୍ଲାରେ ଆଉ ୭୬କରନା ପୋଜେଟିଭ ଚିହ୍ନଟ ହେବ ପରେ ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ି ୩୫୫ରେ ପହଞ୍ଚିଛି l ଚିହ୍ନଟ ୭୬ଙ୍କମଧ୍ୟରୁ ୬୮ ଜଣ ବିଭିନ୍ନ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ହୋଇଥିବା ବେଳେ ୮ ଜଣ କଣ୍ଟେ ନ ମେଣ୍ଟ ଜୋନ୍ ର ବୋଲି ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି l ଆକ୍ରାନ୍ତ ୭୬ଜ ଣଙ୍କୁ ଯାକଙ୍କୁ ଆର. ସିତାପୂର କୋଭିଡ୍ ହସ୍ପିଟାଲ୍ ଓ କୋଭିଡ କେର ସେଣ୍ଟର କୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି l
ଗଜପତି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୫କୁ ବୃଦ୍ଧି ପାଇଥିବା ନେଇ ଜିଲ୍ଲାପାଳ ଅନୁପମ ଶାହା ଏକ ଭିଡ଼ିଓ ବାର୍ତ୍ତା ଜାରୀ କରି ସୂଚନl ଦେଇଛନ୍ତି l ଲଗାତାର ଗଜପତି ଜିଲ୍ଲାରେ କରନା ପୋଜେଟିଭ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଗଜପତି ଜିଲ୍ଲା ପାଳ ବିନା କାମରେ ବାରମ୍ବାର ବାହାରକୁ ନ ବହାରିବl ପାଇଁ ଜନ ସାଧାରଣ ଙ୍କୁ ଅନୁରୋଧ କରିଛନ୍ତି l (ଗଜପତି-ପାରଳଖେମୁଣ୍ଡି,ରିପୋର୍ଟ/ଗରୁଡ଼ ଧ୍ୱଜ ଚୌଧୁରୀ)