୨୩ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ )ଆର ,ଉଦୟଗିରି :- ଗଜପତି ଜିଲ୍ଲା ଆର, ଉଦୟଗିରି ଗ୍ରାମ ଥିବା ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ମୋହନ ପୁଲେଇ ଓ ତିଲ ପଲେଇଙ୍କ ୭ଟି ମଇଁଷି କୌଣସି ବିଷାକ୍ତ ପତ୍ର ଖାଇଦେବା ଫଳରେ ପ୍ରାଣ ହରାଇଥିବା ଜଣାପଡିଛି । ତେବେ କେନ୍ଦ୍ର ପରିସରରେ ମରିଥିବାରୁ ସେମାନେ ପ୍ରତ୍ୟେକ ମଇଁଷି ପିଛା ୨୦ ହଜାର କ୍ଷେତିପୂରଣ ପ୍ରଦାନ ଦାବି କରିଥିଲେ । କିନ୍ତୁ ଏଭଳି ଘଟିଛି ବୋଲି ପଶୁ ଡାକ୍ତର ପ୍ରିୟରଞ୍ଜନ ବେହେରା କହିଥିଲେ । ନମୁନା ଜିଲ୍ଲା ମୁଖ୍ୟାଳୟକୁ ପଠାଯାଇଛି । ସେଦୁର୍ଭାଗ୍ୟବଶତଃ ପଟୁ ଯାହା ରିପୋର୍ଟ ଆସିବ ସେନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ । ସେହିଭଳି କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ. ସଂଗ୍ରମ ପରମଗୁରୁ ମଧ୍ୟ ସମାନ ପ୍ରତିକ୍ରିୟା ରଖିଛନ୍ତି । ଏପଟେ ୭ଟି ମଇଁଷିଙ୍କୁ ହରାଇ ଏକ ପ୍ରକାର ମ୍ରି,ୟମାଣ ହୋଇ ପଡିଥିବା ମୋହନଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ମଇଁଷି ମାଳିକ ଦାବି କରିଛନ୍ତି ।














