୨୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ସାଇଏଂଟ୍ ଡିଏଲ୍ଏମ୍ ଲିମିଟେଡ୍ର ଇନିସିଆଲ ପବ୍ଳିକ୍ ଅଫର ୨୦୨୩ ଜୁନ୍ ୨୭ରେ ଖୋଲିବ ଯେଉଁଥିରେ ୫,୯୨୦ ନିୟୁତ ଇକ୍ୱିଟି ସେୟାର ସାମିଲ ରହିଛି । ଏହି ବିଡ୍ / ଇସ୍ୟୁର ଶେଷ ତାରିଖ ହେଉଛି ୨୦୨୩ ଜୁନ୍ ୩୦, ଶୁକ୍ରବାର । ଆଙ୍କର ନିବେଶକମାନଙ୍କ ବିଡ୍/ ଇସ୍ୟୁ ଖୋଲିବାର ଗୋଟିଏ କାର୍ଯ୍ୟ ଦିବସ ପୂର୍ବରୁ ଅର୍ଥାତ ୨୦୨୩ ଜୁନ୍ ୨୬ରେ ବିଡ୍/ ଇସ୍ୟୁ ଖୋଲିବ । ଇକ୍ୱିଟି ସେୟାର ପିଛା ମୂଲ୍ୟ ୨୫୦ ଟଙ୍କାରୁ ୨୬୫ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି ।
ନିବେଶକମାନେ ସର୍ବନିମ୍ନ ୫୬ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଏବଂ ଏହା ପରେ ୫୬ର ଗୁଣିତକ ହିସାବରେ ଅଧିକ ଇକ୍ୱିଟି ସେୟାର ଯୋଡ଼ିପାରିବେ । ୧୦୮ କୋଟି ଟଙ୍କାରେ ୪,୦୭୫,୪୭୧ ଇକ୍ୱିଟି ସେୟାରର ପ୍ରାଇଭେଟ୍ ପ୍ଲେସ୍ମେଂଟ୍ କରିବା ଲାଗି କଂପାନି ପକ୍ଷରୁ ବିଆର୍ଏଲ୍ଏମ୍ ସହିତ ଆଲୋଚନା କରାଯାଇଛି । ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କ ପାଇଁ ଇସ୍ୟୁର ଭାଗ ୭୫%ରୁ କମ୍ ହେବ ନାହିଁ । ସେହିପରି କ୍ୟୁଆଇବିଙ୍କ ପାଇଁ ରହିଥିବା ଭାଗର ୬୦ ପ୍ରତିଣତ ଆଙ୍କର ନିବେଶଙ୍କୁ ସେବି ନିୟମ ଅନୁସାରେ ପ୍ରଦାନ କରାଯିବ ଯେଉଁଥିପାଇଁ ବିଆର୍ଏଲ୍ଏମ୍ ସହିତ ଆଲୋଚନା ହୋଇଛି । ତାହାର ଏକ ତୃତୀୟାଂଶ ଦେଶ ଭିତରର ମ୍ୟୁଚୁଆଲ୍ ଫଣ୍ଡ୍ ପାଇଁ ସଂରକ୍ଷିତ ରହିବ ।
ସେଥିପାଇଁ ଆବଶ୍ୟକ ସବ୍ସ୍କ୍ରିପ୍ସନ୍ ନମିଳିଲେ ଅବଶିଷ୍ଟ ଇକ୍ୱିଟି ସେୟାରକୁ ନେଟ୍ କ୍ୟୁଆଇବିଙ୍କ ଭାଗରେ ଯୋଡ଼ାଯିବ । ନେଟ୍ କ୍ୟୁଆଇବି ଭାଗର ୫% ମ୍ୟୁଚୁଆଲ୍ ଫଣ୍ଡ୍ମାନଙ୍କ ପାଇଁ ରହିବ । ନିଟ୍ ଇସ୍ୟୁର ୧୫% ଅଣ ସଂସ୍ଥାଗତ ବିଢରମାନଙ୍କ ଲାଗି ରହିବ । ତାହାର ୧୦% ରିଟେଲ୍ ନିବେଶକମାନଙ୍କ ପାଇଁ ରଖାଯିବ । କର୍ମଚାରୀ ସଂରକ୍ଷଣ ଭାଗରେ ଯୋଗ୍ୟ ବିବେଚିତ କର୍ମଚାରୀମାନଙ୍କୁ ସମାନୁପାତିକ ଭିତିରେ ଇକ୍ୱିଟି ସେୟାର ଆବଂଟନ କରାଯିବ । ଇସ୍ୟୁର ଇକ୍ୱିଟି ସେୟାରକୁ ବିଏସ୍ଇ ଓ ଏନ୍ଏସ୍ଇରେ ତାଲିକାଭୁକ୍ତ କରାଯିବ । ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍ ଓ ଜେଏମ୍ ଫାଇନାନ୍ସିଆଲ ଲିମିଟେଡ୍ ।














