୨୨ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :- ମୋହନା ଠାରେ ଥିବା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟିହୀନ,ବଧିର ,ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ବିଦ୍ୟାଳୟ ରେ ଅନ୍ତର୍ଜାତିକ ଯୋଗ ଦିବସ ପାଳନ ହୋଇଯାଇଛି ।
ଏଠାରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ଦଣ୍ଡ।ସି ସାହୁ ସଭାପତିତ୍ଵ କରିଥିଲେ ।ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରଶାନ୍ତ ବୀର ଆସନ ଅଳଙ୍କୃତ କରିଥିଲେ। ଶ୍ରୀ ଦାମୋଦର ଦାସ (ଅଧ୍ୟକ୍ଷ) ଓ ଶ୍ରୀମତି ନିରୋଜ। କୁମାରୀ ବେହେରା (ଭାଇସ ପ୍ରିନ୍ସସିପାଲ) ସଭା ପରିଚାଳନା ରେ ସହଯୋଗ କରିଥିଲେ ।
ଶ୍ରୀ ସୂର୍ଯ୍ୟପତି ବର୍ଧନ (ଯୋଗ ଶିକ୍ଷକ) ଆଜିର ଦିବସ ଉପରେ ଆଲୋକ ପାତ କରିଥିଲେ ।ଏହାର ସମସ୍ତ ଦାୟିତ୍ଵ ଶ୍ରୀ ଅଶୋକ କୁମାର ଜେନା (ଶହକାରୀ ଶିକ୍ଷକ) ନିର୍ଭାହ କରିଥିଲେ ,ଓ ଏଥିରେ ଅନୁଷ୍ଠାନ ର ସମସ୍ତ ପରିଚାଳନା କମିଟି, କର୍ମଚାରୀ ସହଯୋଗ କରିଥିଲେ ।
ଶେଷ ରେ ମହେଶ୍ଵର ସାହୁ (ଟିଜିଟି) ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ପରେ ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ଦଣ୍ଡାସୀ ସାହୁ ସଭା ସାଙ୍ଗ କରିଥିଲେ ।














