୨୨ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :- ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏହି ଜିଲ୍ଲା ରେ ଏମିତି ଅନେକ ଗ୍ରାମଞ୍ଚଳ ରହିଛି ଯେଉଁ ଗ୍ରାମ କୁ କି ବର୍ତ୍ତମାନ ସୁଦ୍ଧା ଉତ୍ତମ ସଡକ, ବିଦ୍ୟୁତ ସେବା ପହଂଚି ପରିନ ଥିବା ସ୍ଥଳେ ଅନେକ ଗ୍ରାମରେ ଜଳସଂକଟ ଲାଗିରହିଛି ଅନେକେ ଅର୍ଥ ଅଭାଵ ହେତୁ
ଚିକିତ୍ସା କରି ନ ପାରି ପ୍ରାଣତ୍ୟାଗ କରିଥାନ୍ତି ଗଜପତି ଜିଲ୍ଲା ର ଏହିଭଳି ଏନେକ ପ୍ରକାରର ସମସ୍ୟା କୁ ଲୋକଲୋଚନକୁ ଆଣି ଏହିସବୁ ସମସ୍ୟାର ସମାଧାନ ପାଇଁ ସରକାର ତଥା ପ୍ରଶାସନକୁ ଦାବି କରି ତୁରନ୍ତ ସମାଧାନ କରିବା ପାଇଁ ଅପ୍ରାଣ ଉଦ୍ୟମ କରିଥାନ୍ତି ଯୁବ ସମାଜ ସେବୀ ଆହ୍ୱାନ
ନାୟକତାଙ୍କ ପ୍ରଚେଷ୍ଟା ବଳରେ ଆଜି ଅନେକ ଦୁଃଖୀ, ଅସହାୟ ଓ ଗରିବ ପରିବାର ମୁହଁରେ ହସ ଫୁଟି ଉଠିଛି l ଅନେକ ଗ୍ରାମର ସଡକ ଏବଂ ଜଳ ସମସ୍ୟା ଦୂର ହୋଇ ପାରିଛି lଖରା, ବର୍ଷା, ଶୀତକୁ ଖାତିର ନ କରି ଲୋକ ଙ୍କ ସବୁ ସମସ୍ୟାରେ ସବୁ ବେଳେ ଲୋକ ଙ୍କ ସାଥିରେ ସୁଖ ଦୁଃଖ ର ସାଥି ହୋଇ ଠିଆ ହୋଇ ଦୁର୍ବଳ ଙ୍କ ସାହାରା ହୋଇଥାନ୍ତି ଯୁବ ସମାଜ ସେବୀ l

ବାପା ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଛୋଟ ବେଳୁ ହି ସମାଜ ସେବାକୁ ଅପଣେଇଛନ୍ତି ଏବଂ ମରିବା ପର୍ଯ୍ୟନ୍ତ ନିଜକୁ ସମାଜର କଲ୍ୟାଣ ନିମନ୍ତେ ଉତ୍ସର୍ଗ କରିବେ ବୋଲି କୁହନ୍ତି ଯୁବ ସମାଜ ସେବୀ ଆହ୍ୱାନ ନାୟକତାଙ୍କରି ଏହି ମୋହତ କାର୍ଯ୍ୟପାଇଁ ସାରା ଗଜପତି ଜିଲ୍ଲା ରେ ଚର୍ଚ୍ଚାର ବିଷୟ ପାଲଟିଛି l ଯୁବ ଗୋଷ୍ଠୀ ଙ୍କ ଆଦର୍ଶ ସାଜିବା ସହ ଅନେକେ ତାଙ୍କୁ ଗଜପତି ବାସୀ ଙ୍କ ମସିହା ବୋଲି କହିଥାନ୍ତି ।













