୨୧ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ସିକୋ :- ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ଼ ଗ୍ରାମସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ଓ ସ୍ଥାନୀୟ ସ୍ୱାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ରର ମିଳିତ ସହଯୋଗରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା । ଏଥିରେ ଶିକ୍ଷା ବିକାଶ ସମିତିର ପୂର୍ବ ସମ୍ଭାଗ ସଭାପତି କୁଳମଣି ମିଶ୍ର ଓ ସ୍ଥାନୀୟ ଚିକିତ୍ସାଳୟର ଫାର୍ମାସିଷ୍ଟ ଚିତରଞ୍ଜନ ହରି ଚନ୍ଦନ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପରେ ଯୋଗ ଶିକ୍ଷକ ପ୍ରଭାତ କୁମାର ବାହିନୀପତିଙ୍କ ତତ୍ବାବଧାନରେ ପ୍ରାଣୟାମ, କପାଳଭାତି,ଚକ୍ରାସନ ସମେତ ବିଭିନ୍ନ ପ୍ରକାରର ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦାନ କରିଥିଲେ ।
ଶେଷରେ ପ୍ରଧାନ ଆଚାର୍ଯ୍ୟ ମନୋ ରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।ସେହିପରି ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ପରିଛଳ ସ୍ଥିତ ଦୟାନନ୍ଦ ସରସ୍ୱତୀ ଆଦର୍ଶ ଗୁରୁକୂଳ ପରିସରରେ ପ୍ରଧାନ ଆଚାର୍ଯ୍ୟ ଧର୍ମ ରାଜଜୀଙ୍କ ତତ୍ବାବଧାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା । ପତି ତପାବନ ଯୁବକ ସଂଘ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ସିକୋ,୨୧/୬ (ଏନଏନଏସ)- ବେଗୁନିଆ ସଦର ମହକୁମାସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପତି ତପାବନ ଯୁବକ ସଂଘ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ଦିବାକର ସାହୁ, ସଭାପତି ହିମାଂଶୁ ଭୂଷଣ ଦାଶ,ସମ୍ପାଦକ ଗଙ୍ଗାଧର ମାର୍ଥା,ସଭ୍ୟ ରବି ନାରାୟଣ ଦଳେଇ ସମେତ କର୍ମକର୍ତା ମାନେ ସ୍ଥାନୀୟ ନୂଆସାହି ଜଗନ୍ନାଥ ମନ୍ଦିର ପରିସର, ରାସ୍ତାଘାଟ ଓ ରଜ ପଡ଼ିଆ ଆଦି ପରିଷ୍କାର ପରିଛନ୍ନ କରିଥିବାରୁ ସାଧାରଣରେ ପ୍ରଶଂସନୀୟ ହୋଇଛନ୍ତି ।














