୨୧ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- ସାମସଙ୍ଗ ଇଣ୍ଡିଆ ଆଜି ଏହାର ଫ୍ଲାଗସିପ୍ ଯୁବ ଶିକ୍ଷା ଏବଂ ଅଭିନବ ପ୍ରତିଯୋଗିତା ‘ସଲଭ ଫର ଟୁମରୋ’ ପାଇଁ ଶ୍ରେଷ୍ଠ ୩୦ ଦଳ ଘୋଷଣା କରିଛି । ଦେଶର ଯୁବକମାନଙ୍କ ମଧ୍ୟରେ ଅଭିନବ ଚିନ୍ତାଧାରା ଏବଂ ସମସ୍ୟାର ସମାଧାନର ଏକ ସଂସ୍କୃତି ପ୍ରତିପାଦନ କରିବା ଉଦ୍ଦେଶ୍ୟରେ ଏହି ପ୍ରତିଯୋଗିତା ୧୬-୨୨ ବର୍ଷ ବୟସ୍କଙ୍କ ମଧ୍ୟରେ ଚାରୋଟି ଥିମର ସମସ୍ୟାର ସମାଧାନ ପାଇଁ ଆମନ୍ତ୍ରଣ କରିଥିଲା ଏଗୁଡ଼ିକ ହେଉଛି- ଶିକ୍ଷା ଏବଂ ପଠନ, ସ୍ୱାସ୍ଥ୍ୟ ଏବଂ ସୁସ୍ଥତା, ପରିବେଶ ଏବଂ ନିରନ୍ତରତା ଏବଂ ବିବିଧତା ଏବଂ ଅନ୍ତର୍ଭୁକ୍ତୀକରଣ । ସଲଭ ଫର ଟୂମରୋ ୨୦୨୩ ଦେଶର ବିଭିନ୍ନ ଦଳ ଭାରତ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ଓ ସେମାନଙ୍କର ଅଭିନବ ଚିନ୍ତାଧାରାକୁ ଉପସ୍ଥାପନ କରିଥିଲେ । ଏହି ପ୍ରତିଯୋଗିତାରେ ଭାରତର ନୂତନତ୍ୱ ଏବଂ ଉଦ୍ୟୋଗୀ ମନୋଭାବର ପ୍ରତୀକ ଭାବରେ ୫୦୦ ସହର, ଟାଉନ ଏବଂ ଗ୍ରାମରେ ଯୁବକମାନଙ୍କ ଠାରୁ ୭୦,୦୦୦ ରୁ ଅଧିକ ପଞ୍ଜିକରଣ ଗ୍ରହଣ କରାଯାଇଛି ।
ସିଏସ୍ଆର କାର୍ଯ୍ୟକ୍ରମର ଦ୍ୱିତୀୟ ସିଜନ ପାଇଁ ସାମସଙ୍ଗ ଇଣ୍ଡିଆ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର (ଏମଇଆଇଟିୱାଇ) ଷ୍ଟାର୍ଟଅପ୍ ହବ୍ ଏବଂ ଫାଉଣ୍ଡେସନ୍ ଫର୍ ଇନୋଭେସନ୍ ଆଣ୍ଡ ଟେକ୍ନୋଲୋଜି ଟ୍ରାନ୍ସଫର (ଏଫଆଇଟିଟି), ଆଇଆଇଟି ଦିଲ୍ଲୀ ସହିତ ସହଭାଗିତା କରିଛି।। ଶ୍ରେଷ୍ଠ ୩୦ ଟିମ ମଧ୍ୟରେ, ୪୪% ଶିକ୍ଷା ଏବଂ ଶିକ୍ଷଣ ବିଷୟବସ୍ତୁ, ୨୩% ପରିବେଶ ଏବଂ ନିରନ୍ତରତା, ୨୦% ବିବିଧତା ଏବଂ ଅନ୍ତର୍ଭୁକ୍ତୀକରଣ ଏବଂ ୧୩% ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ଉପରେ ସେମାନଙ୍କର ଆଇଡିଆକୁ ଉପସ୍ଥାପନ କରିଥିଲେ । ଏହି ଦଳଗୁଡିକ ଉତରପ୍ରଦେଶ, ମଧ୍ୟପ୍ରଦେଶ, ଝାଡଖଣ୍ଡ, ବିହାର, ଓଡ଼ିଶା, ପଶ୍ଚିମବଙ୍ଗ, ହରିୟାଣା, ରାଜସ୍ଥାନ, ଆସାମ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ, କେରଳ, ଗୁଜୁରାଟ, ମହାରାଷ୍ଟ୍ର ଏବଂ ଦିଲ୍ଲୀ ସମେତ ଭାରତର ୧୫ ଟି ରାଜ୍ୟ ତଥା ୧ ଟି କେନ୍ଦ୍ର ଶାସିତ ଅଂଚଳର ପ୍ରତିନିଧିତ୍ୱ କରୁଛନ୍ତି । ସମୁଦ୍ର ଜଳକୁ ପାନୀୟ ଜଳରେ ପରିଣତ କରିବା, ପାନୀୟଜଳ ଏବଂ ଡ୍ରାଇଭିଂ, ଯୁବକମାନଙ୍କର ଦକ୍ଷତା, ସୌର ପ୍ୟାନେଲଗୁଡିକର ଦକ୍ଷତା ବୃଦ୍ଧି ଏବଂ ନିଖୋଜ ପିଲାମାନଙ୍କୁ ଖୋଜିବାରେ ବାସ୍ତବ ଦୁନିଆର ସମସ୍ୟାର ସମାଧାନ ପାଇଁ ଶ୍ରେଷ୍ଠ ୩୦ ଟିମ୍ ର ଯୁବକମାନେ ସେମାନଙ୍କର ଧାରଣା ଦାଖଲ କରିଛନ୍ତି ।
ସାମସଙ୍ଗରେ, ଆମେ ଆମର ଯୁବକମାନଙ୍କ ଶକ୍ତି ବ୍ୟବହାର କରିବାରେ ବିଶ୍ପାସ କରୁ ଯାହା ସକରାତ୍ମକ ସାମାଜିକ ପରିବର୍ତନ ଆଣିବା ପାଇଁ ସେମାନଙ୍କର ଦକ୍ଷତା ଏବଂ କ୍ଷମତା ରହିଥାଏ । ଆମର ଫ୍ଲାଗସିପ୍ ସିଏସ୍ଆର୍ ପ୍ରୋଗ୍ରାମ ସାମସଙ୍ଗ ସଲଭ ଫର ଟୁମରୋ ଦେଶର ଯୁବକମାନଙ୍କ ମନରେ ନୂତନତ୍ୱର ଉତ୍ସାହକୁ ବିକଶିତ କରେ । ଆମେ ଗ୍ରହଣ କରିଥିବା ୭୦,୦୦୦ ପ୍ଲସ୍ ରେଜିଷ୍ଟ୍ରେସନ୍ ବିଷୟରେ ଆମେ ଉତ୍ସାହିତ । ଆମେ ଚୟନ କରିଥିବା ଶ୍ରେଷ୍ଠ ୩୦ ଟି ଦଳ ପ୍ରତିଯୋଗିତାର ପରବର୍ତୀ ପର୍ଯ୍ୟାୟକୁ ଯିବେ ବୋଲି ସାମସଙ୍ଗ ଦକ୍ଷିଣ-ପଶ୍ଚିମ ଏସିଆର କର୍ପୋରେଟ୍ ଭାଇସ୍ ପ୍ରେସିଡେଂଟ ଶ୍ରୀ ହୁନ୍ କିମ୍ କହିଛନ୍ତି । ସଲଭ ଫର ଟୁମରୋ ପାଇଁ ଆମେ ଆନନ୍ଦିତ । ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ଯୁବ ଦଳ ଭାରତ ଏବଂ ବିଶ୍ୱର ସମ୍ମୁଖୀନ ହେଉଥିବା ସମସ୍ୟାର ଅଭିନବ ସମାଧାନ ପ୍ରଦାନ କରିବେ । ଏହି ପରି ପଦକ୍ଷେପ ଭାରତର ନବସୃଜନ ଇକୋସିଷ୍ଟମକୁ ପରିବର୍ତନ ଏବଂ ଦୃଢ କରିବାରେ ସାହାଯ୍ୟ କରିବ । ଏହି ଉଦ୍ଭାବକମାନଙ୍କୁ ତାଲିମ ଏବଂ ସମର୍ଥନ କରିବାକୁ ଆମେ ଉତ୍ସାହିତ’’ ବୋଲି କହିଛନ୍ତି ଆଇଆଇଟି ଦିଲ୍ଲୀର ନିର୍ଦ୍ଦେଶକ ପ୍ରଫେସର ରଙ୍ଗନ ବାନାର୍ଜୀ । ଶ୍ରେଷ୍ଠ ୩୦ ଦଳ ଏବଂ ସେମାନଙ୍କର ଧାରଣା ପ୍ରକୃତରେ ଲୋକଙ୍କ ଜୀବନରେ ପରିବର୍ତନ ଆଣିବାର କ୍ଷମତା ରଖିଛି ।
ସାମସଙ୍ଗ ଏବଂ ସଲଭ ଫର ଟୁମରୋ ପାଇଁ ଆମେ ସକାରାତ୍ମକ ଅଟୁ ଯେ ଆମେ ସେମାନଙ୍କ ଧାରଣାକୁ ବାସ୍ତବ ରୂପ ଦେବା ଏବଂ ଏକ ନୂତନ ଭାରତ ଗଠନ ପାଇଁ ସେମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ଏବଂ ଦକ୍ଷତା ପ୍ରଦାନ କରିପାରିବୁ’’ ବୋଲି କହିଛନ୍ତି ଏମଇଆଇଟିୱାଇ ଷ୍ଟାର୍ଟଅପ୍ ହବ୍ ର ସିଇଓ ଶ୍ରୀ ଜିତ ବିଜୟ । ଡିଜାଇନ୍ ଚିନ୍ତାଧାରା ଏବଂ ନବସୃଜନ ଉପରେ ଏହି ଶ୍ରେଷ୍ଠ ୩୦ ଟିମ୍ ଅନଲାଇନ୍ ତାଲିମ ଗ୍ରହଣ କରିବେ ଏବଂ ସାମସଙ୍ଗ ଏବଂ ଏହାର ସହଯୋଗୀମାନଙ୍କ ଦ୍ୱାରା ପରାମର୍ଶ ଦିଆଯିବ – ଆଇଆଇଟି ଦିଲ୍ଲୀର ଫାଉଣ୍ଡେସନ୍ ଫର୍ ଇନୋଭେସନ୍ ଆଣ୍ଡ ଟେକ୍ନୋଲୋଜି ଟ୍ରାନ୍ସଫର (ଏଫଆଇଟିଟି) ଏବଂ ସେମାନଙ୍କର ଧାରଣା ଆଇଆଇଟି ଦିଲ୍ଲୀର ଏକ ଆବାସିକ ବୁଟକ୍ୟାମ୍ପରେ ଏମଇଆଇଟିୱାଇ ଷ୍ଟାର୍ଟଅପ୍ ହବ୍, ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କର ଚିନ୍ତାଧାରାର ବିକାଶ କରିବାରେ ସାହାଯ୍ୟ କରିବ ।














