No Result
View All Result
୨୦ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ମିଳିତ ସଂଯୋଜନାରେ ସୋମବାର ହିଞ୍ଜିଳିକାଟୁ ବ୍ଲକ ରାଳବ ପଞ୍ଚାୟତ ପକ୍ଷରୁ ରାଳବ ଓ ଆଲପୁର ସ୍ଥିତ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ପରିସରରେ ସାମୁହିକ ଅଭ୍ୟାସ ତଥା ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସରପଞ୍ଚ ରଶ୍ମିତା କୁମାରୀ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା,ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ପଟ୍ଟନାୟକ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ର ପ୍ରମୁଖ ଅଧିକାରୀ ଯୋଗ ଦେଇଥିଲେ ।
ଏହି ଅବସରରେ ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡିଶା ଏହାର ମୁକାବିଲା ପାଇଁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ସଫଳତା ହାସଲ କରିଥିବା ସମ୍ପର୍କରେ ଅଧିକାରୀବୃନ୍ଦ ସୂଚନା ଦେଇଥିଲେ । ଆକସ୍ମିକ ବିପର୍ଯ୍ୟୟର ସୂଚନା ପାଇବା ପରେ କିଭଳି ଭାବେ ବିଭିନ୍ନ ପ୍ରକାର ପ୍ରସ୍ତୁତି ଓ ପଦକ୍ଷେପ ଗ୍ରହଣ କରି ଏହାର ଉପଯୁକ୍ତ ମୁକାବିଲା କରିବାକୁ ହେବ ସେ ସମ୍ପର୍କରେ ବିସ୍ତୃତ ଭାବେ ପରାମର୍ଶ ଦେଇଥିଲେ । ବିଶେଷତଃ ପ୍ରାକୃତିକ ବିପର୍ଯ୍ୟୟ ଆସିବା ପୂର୍ବରୁ,ବିପର୍ଯ୍ୟୟ ସମୟରେ ଓ ବିପର୍ଯ୍ୟୟ ପରେ ଗର୍ଭବତୀ,ଶିଶୁ,ଦିବ୍ୟାଙ୍ଗ,କଚ୍ଚା ଘର ଓ ତଳୁଅ ଅଞ୍ଚଳରେ ବସବାସ କରୁଥିବା ସାଧାରଣ ଲୋକଙ୍କ ଜୀବନ ସୁରକ୍ଷା ପାଇଁ ଆଵଶ୍ୟକୀୟ ଔଷଧ,
ପ୍ରାଥମିକ ଚିକିତ୍ସା,ପାନୀୟ ଜଳ,ଶୁଖିଲା ଖାଦ୍ୟ ଓ ଅସ୍ଥାୟୀ ଆଲୋକର ବ୍ୟବସ୍ଥା ସହ ତ୍ୱରିତ ପଦକ୍ଷେପ ଗ୍ରହଣ କରି ଉଦ୍ଧାର କାର୍ଯ୍ୟ ଓ ଥଇଥାନ ବ୍ୟବସ୍ଥା ଉପରେ ତାଲିମପ୍ରାପ୍ତ ସ୍ବେଚ୍ଛାସେବୀଗଣ ସୁରକ୍ଷିତ ସରଞ୍ଜାମ ସହ ମକଡ୍ରିଲ ମାଧ୍ୟମରେ ଉପସ୍ଥିତ ଗ୍ରାମବାସୀଙ୍କୁ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମକୁ ବନ୍ୟା ଆଶ୍ରୟସ୍ଥଳୀ ସମ୍ପାଦକ କାଳୀ ଚରଣ ଦଳାଇ ପରିଚାଳନା ଓ ସହଯୋଗ କରିଥିଲେ । ସଭ୍ୟା ପ୍ରତିନିଧି ଦିଲ୍ଲୀପ ପୋଲେଇ ଓ ଅଜୟ କୁମାର ପୋଲେଇ ପ୍ରମୁଖଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ ।


No Result
View All Result