୧୯ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ପିଲା ବେଳେ ଆପଣ ବେଙ୍ଗୁଲୀ ରାଣୀ ଗୀତ ଶୁଣିଥିବେ । ଏଠି ବର୍ଷା ହେବା ପାଇଁ ମାଛ ଏବଂ ବେଙ୍ଗକୁ ପୂଜାର୍ଜନା କରାଯାଇଥିଲା । ଆଉ ତାପରେ ଗ୍ରାମ ପରିକ୍ରମା କରାଯାଇଥିଲା । ଏଭଳି କଲେ କାଳେ ଇନ୍ଦ୍ରଦେବ ପ୍ରଶନ୍ନ ହୋଇ ଗାଁରେ ବର୍ଷା ହେବ । ଆଉ ତାପରେ ଆରମ୍ଭ ହେବ ଚାଷ- ବାସ ପରମ୍ପରା ନାଁରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ନୁଆଗଡ ବ୍ଳକର ତଟରଙ୍ଗ ଗାଁରେ । ଭୀଷଣ ଖରା ସାଙ୍ଗକୁ ଦିନକୁ ଦିନ ଖରାର ତାପମାତ୍ରା ଅତ୍ୟଧିକ ବୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ପଟେ ଖରାର ତାତି,ଆଉ ଗୋଟିଏ ପଟେ ବର୍ଷାକୁ ଚିନ୍ତାରେ ଚାଷୀ ।
ବର୍ଷା ହେଲେ ଚାଷ ହେବ କହିଛନ୍ତି ଚାଷୀ ଖରାକୁ ଆଖିକୁ ଆଖି ଆଗରେ ରଖି ରବିବାର ନୁଆଗଡ ବ୍ଳକ ଅନ୍ତର୍ଗତ ତଟରଙ୍ଗ ଗ୍ରାମର ପ୍ରତ୍ୟେକ ଘରକୁ ଘର ଯାଇ ଗ୍ରାମର କୁନି କୁନି ପିଲାମାନଙ୍କୁ ବେଙ୍ଗୁଲୀ ନାଚ ଦେଖିବାକୁ ମିଳିଥିଲା । ଗ୍ରାମରେ ଏକ ବାଉଁଶ ପୋଲରେ ମାଛ ଓ ବେଙ୍ଗ କୁ ରଖି ସୁନାରୀ ଗଛରେ ରଖି କାନ୍ଧରେ ଭାର କରିଥାନ୍ତି ଏବଂ ବାଡିରେ ବାଡେଇ ବେଙ୍ଗୁଲିରାଣି ଗୀତ ବୋଲି ନାଚ କରି ଗ୍ରାମ ପରିକ୍ରମା କରିଥାଆନ୍ତି ।ପରିକ୍ରମାରେ ଗାଁର ମହିଳା ପୁରୁଷମାନେ ମାଠିଆ ପାଣିଆଣି ଢାଳି ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା । ଗାଁର ୭ ଜଣ କୁଆଁରୀ ଝିଅମାନେ ପୋଖରିରୁ କଳସରେ ପାଣି ଆଣିବା ପରେ ଗ୍ରାମ ଦେବତୀ ଉପରେ ଜଳାଭିଷ କରନ୍ତି । ଇନ୍ଦ୍ରଦେବତାକୁ ପୂଜା ଅର୍ଚନା କରିଥାନ୍ତି । ଗ୍ରାମର ପୁରୁଷ ମାନେ ୩ଥର ଗ୍ରାମ ପରିକ୍ରମା ପରେ ପୁଣି ସେହି ମାଛ ଓ ବେଙ୍ଗକୁ ପୋଖରୀରେ ଛାଡିଦେଉଛନ୍ତି । ଏଭଲି କଲେ ଶ୍ରିର୍ଘ ବର୍ଷା ହେବା ସହ ଭଲ ଚାଷ ବାଷ ହେବ ବୋଲି ବିଶ୍ୱାସ ରହିଛି ଗ୍ରାମବାସୀ କହିଛନ୍ତି ।