• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭାରତର ଚାରିଧାମ ମଧ୍ୟରୁ ଶ୍ରୀକ୍ଷେତ୍ର ସ୍ୱତନ୍ତ୍ର : ଗଜପତି ମହାରାଜ ଦିବ୍ୟସିଂହ ଦେବ

Proprietor Abhimanyu Maharana by Proprietor Abhimanyu Maharana
June 19, 2023
in ଓଡ଼ିଶା, ଦେଶ, ପୁରୀ, ହୋମ୍
0
ଭାରତର ଚାରିଧାମ ମଧ୍ୟରୁ ଶ୍ରୀକ୍ଷେତ୍ର ସ୍ୱତନ୍ତ୍ର : ଗଜପତି ମହାରାଜ ଦିବ୍ୟସିଂହ ଦେବ
Share on FacebookShare on TwitterWhatsapp

୧୯ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :- ଭାରତର ଚାରିଧାମ ମଧ୍ୟରୁ ଶ୍ରୀକ୍ଷେତ୍ର ସ୍ୱତନ୍ତ୍ର । ଯାହାକି ଭଗବାନ ବିଷ୍ଣୁଙ୍କ ଭୋଜନ କ୍ଷେତ୍ର ଭାବେ ପରିଚିତ । ତେଣୁ ଏଠାକୁ ଆସୁଥିବା ପ୍ରତିଟି ଭକ୍ତ ଜଗନ୍ନାଥ ଦର୍ଶନ ସହ ମହାପ୍ରସାଦ ସେବନ ଇଚ୍ଛା ରଖିଥାଏ । ହେଲେ ଆନନ୍ଦ ବଜାରରେ ଅବଢ଼ାର ଅସମାନ ଦର ଓ ସୀମିତ ସ୍ଥାନ ଯୋଗୁ ଏଥିରୁ ଅନେକ ଭକ୍ତ ବଞ୍ଚିତ ହେଉଛନ୍ତି । ତେଣୁ ତା’ର ପ୍ରତିକାର ପାଇଁ ଏକ ଅଭିନବ ପଦକ୍ଷେପ ଭାବେ ଅନ୍ନ ଯଜ୍ଞ କ୍ଷେତ୍ରର ନିର୍ମାଣ ଚିନ୍ତାଧାରା ରହିଛି । ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ଗଜପତି କହିଛନ୍ତି, ଅନ୍ନ ଯଜ୍ଞରେ ୩ ପ୍ରକାର ଭୋଜନ ବ୍ୟବସ୍ଥା ରହିବ । ପ୍ରଥମଟିରେ ବିନାମୂଲ୍ୟରେ ଭକ୍ତଙ୍କୁ ପ୍ରତ୍ୟକ ଦିନ ନିଶୁଳ୍କ ମହାପ୍ରସାଦ ପରଷା ଯିବ । ଦ୍ୱିତୀୟ ବ୍ୟବସ୍ଥା ଆନନ୍ଦ ବଜାରରେ ରହିବ ।

ଯେଉଁଠି ସ୍ୱଳ୍ପ ଓ ନିର୍ଦ୍ଧାରିତ ମୂଲ୍ୟରେ ଅବଢ଼ା ମିଳିବ । ତୃତୀୟ ଭୋଜନାଳୟଟି ଶୀତତାପ ନିୟନ୍ତ୍ରିତ କୋଠରୀରେ ହେବ । ଯେଉଁଠି ଭକ୍ତମାନେ ସାମାନ୍ୟ ଉଚ୍ଚା ଦରରେ ମହାପ୍ରସାଦ ପାଇବେ । ତେବେ ଶ୍ରୀମନ୍ଦିର ପ୍ରଶାସନ, ମ୍ୟାନେଜିଂ କମିଟି ଓ ସୁଆର ମହାସୁଆର ନିଯୋଗ ସହ ବିସ୍ତୃତ ଆଲୋଚନା ପରେ ଯାଇ ଏହାର ରୂପରେଖ ଚୂଡ଼ାନ୍ତ ହେବ । ଏଥିପାଇଁ ଶ୍ରୀମନ୍ଦିର ଉତ୍ତର ଦ୍ୱାର ପାଖ ଉତ୍ତରପାର୍ଶ୍ୱ ମଠର ସହଯୋଗ ନିଆଯିବ ବୋଲି କହିଛନ୍ତି ଗଜପତି । ତେବେ ଖାଲି ଅନ୍ନ ଯଜ୍ଞ ନୁହେଁ, ସନାତନ ଧର୍ମର ମୂଳ ପିଣ୍ଡ ଭାବେ ବିବେଚିତ ନାମ ଯଜ୍ଞ, ଜ୍ଞାନ ଯଜ୍ଞ ଓ ଘୃତ ଯଜ୍ଞର ଚିନ୍ତାଧାରା ମଧ୍ୟ ଆଗକୁ ରହିଥିବା କହିଛନ୍ତି ଗଜପତି । ଘୃତଯଜ୍ଞ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ ଗଜପତି କହିଛନ୍ତି, ବୈଦିକ ପରଂପରାର ମୂଳ ଅଙ୍ଗ ଘୃତ ଯଜ୍ଞ ବା ହୋମ ଯଜ୍ଞ ପାଇଁ ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ୱରେ ଏକ ଉତ୍କଳୀୟ କାରୁକାର୍ଯ୍ୟରେ ଭବ୍ୟ ଯଜ୍ଞଶାଳା ନିର୍ମାଣ ହେବ ।

ଯେଉଁଥିରେ ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଯଜମାନଙ୍କ ଦାନରେ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ବିଶ୍ୱର ମଙ୍ଗଳ ପାଇଁ ଘୃତାହୃତି ଦିଆଯିବ । ଏଥିପାଇଁ ୧୬ ଶାସନ ଓ ୩୨ କରବାଡ଼ ବ୍ରାହ୍ମଣ ନିୟୋଜିତ ହେବେ । ସେହିପରି ଏକ ଅଖଣ୍ଡ ନାମ ଯଜ୍ଞ ମଣ୍ଡପ ମଧ୍ୟ ନିର୍ମାଣ କରାଯିବାର ଯୋଜନା ରହିଛି । ଯେଉଁଥିରେ ପୁରୀରେ ରହୁଥିବା ବିଭିନ୍ନ ସଂପ୍ରଦାୟର ମଠମାନଙ୍କରୁ ପାଳି କରି ଭକ୍ତମାମେ ଆସି ନାମ ସଂକୀର୍ତ୍ତନ କରିବେ । ଯାହାକି ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତଙ୍କ ମନରେ ଆଧାତ୍ମିକ ବାତାବରଣକୁ ଦୃଢ଼ୀଭୂତ କରିବ । ଶେଷରେ ଜ୍ଞାନ ଯଜ୍ଞ କଥା ଉଲ୍ଲେଖ କରି ଗଜପତି କହିଛନ୍ତି, ଭକ୍ତଟିଏ ମହାପ୍ରଭୁଙ୍କୁ ଦର୍ଶନ କରିବା ଓ ମହାପ୍ରଭୁଙ୍କ ବିଷୟରେ ଜାଣିବା ସମ୍ପୂର୍ଣ୍ଣ ଆଲଗା କଥା । ବାହାରୁ ଆସୁଥିବା ଭକ୍ତଙ୍କୁ ଜଗନ୍ନାଥ ସଂସ୍କୃତି ଓ ଉତ୍କଳର ଇତିହାସ ସଂପର୍କରେ ଅବଗତ କରାଇବା ଆମର କର୍ତ୍ତବ୍ୟ ।

ସେଥିପାଇଁ ଶ୍ରୀମନ୍ଦିର ପାଖରେ ଜଗନ୍ନାଥ ହେରିଟେଜ୍ ମ୍ୟୁଜିୟମ୍ ନିର୍ମାଣ ପ୍ରସ୍ତାବ ରହିଛି । ଯେଉଁଥିରେ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଏକ ୨୦ ମିନିଟ ଅବଧିର ଡକ୍ୟୁମେଣ୍ଟାରୀ ପ୍ରଦର୍ଶନ ହେବା ସହ ଓଡ଼ିଶା ଇତିହାସ ଓ ଜଗନ୍ନାଥ ସଂସ୍କୃତି ଉପରେ ପୁସ୍ତକ ବିକ୍ରୀ କରାଯିବ । ତା’ଛଡ଼ା ଜଗନ୍ନାଥ ବଲ୍ଲଭସ୍ଥିତ ବହୁତଳ ପାର୍କିଂର ଉପର ମହଲାରେ ଏକ ଅଡିଟୋରିୟମ୍ କରାଯାଇ ସେଠି ଦେଶ ବିଦେଶର ସାଧୁ ସନ୍ଥଙ୍କୁ ଆଣି ନିତ୍ୟ ପ୍ରବଚନ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଯାହାକି ଭକ୍ତମାନଙ୍କୁ ଅନନ୍ୟ ଅନୁଭବ ଆଣିଦେବ ବୋଲି ଗଜପତି କହିଛନ୍ତି । ତେବେ ସନାତନ ଧର୍ମର ମୂଳ ପିଣ୍ଡ ଉପରୋକ୍ତ ଚାରି ଯଜ୍ଞର କାର୍ଯ୍ୟକାରିତା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ ବି ଏ ନେଇ ପ୍ରକ୍ରିୟା ଆଗକୁ ଆଦୌ ବଢ଼ିନଥିବା କହିଛନ୍ତି ଗଜପତି ମହାରାଜ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭାରତରେ ନୂତନ ବିଏମଡବ୍ଲୁ ୭ ସିରିଜ୍ ରେଞ୍ଜ ଶୁଭାରମ୍ଭ ହୋଇଛି

ଭାରତରେ ନୂତନ ବିଏମଡବ୍ଲୁ ୭ ସିରିଜ୍ ରେଞ୍ଜ ଶୁଭାରମ୍ଭ ହୋଇଛି

September 24, 2026
କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ

କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ

September 24, 2026
କନ୍ଧମାଳ ଜିଲ୍ଲା ସାମ୍ବାଦିକ ସମନ୍ୱୟ ସମିତି ର ସମାବେଶ : ଏକତା ଓ ସାମ୍ବାଦିକଙ୍କ ସୁରକ୍ଷା ଉପରେ ଗୁରୁତ୍ଵାରୋପ

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭାରତରେ ନୂତନ ବିଏମଡବ୍ଲୁ ୭ ସିରିଜ୍ ରେଞ୍ଜ ଶୁଭାରମ୍ଭ ହୋଇଛି

ଭାରତରେ ନୂତନ ବିଏମଡବ୍ଲୁ ୭ ସିରିଜ୍ ରେଞ୍ଜ ଶୁଭାରମ୍ଭ ହୋଇଛି

September 24, 2026
କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ

କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ

September 24, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version