ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଦସ୍ୟ ତଥା ଅନୁଷ୍ଠାନର ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା ବିବରଣୀ ପାଠ କରିଥିବା ବେଳେ ସ୍ଵାଗତ ସମ୍ଭାଷଣ ଅନୁଶ୍ରୀ ପଟନାୟକ, ପରିଚୟ ପ୍ରଦାନ ସୁଶ୍ରୀ ଅଞ୍ଜନା ପଟନାୟକ ଦେଇଥିଲେ । ପ୍ରାରମ୍ଭରେ ବେତାର ତଥା ଦୂରଦର୍ଶନ ଶିଳ୍ପୀ ବି.କୋମଲାଙ୍ଗୀ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ତିନୋଟି ମର୍ମସ୍ୱର୍ଷୀ ସଙ୍ଗୀତ ଗାନ କରିଥିଲେ । ତର୍କ, ଭାଷଣ କଣ୍ଠ ସଙ୍ଗୀତ ପ୍ରତିଯୋଗିତାର ବିଜୟୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଅନୁଷ୍ଠାନର ସହ ସମ୍ପାଦକ ବ୍ରଜାନନ୍ଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଗୋପାଳକୃଷ୍ଣ ପଦାବଳୀ ଓଡ଼ିଆ ସାରସ୍ଵତ ଭଣ୍ଡାରକୁ ଏକ ଦୁର୍ଲଭ ବିରଳ ଅଲିଭl ଅବଦାନ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ମୂରଲୀଧର ପରିଚ୍ଛା, ତ୍ରିପତି ପ୍ରସାଦ ପଣ୍ଡା,ବିଷ୍ଣୁ ଚରଣ ପଣ୍ଡା, ରାଜେଶ୍ବରୀ ସ୍ୱାଇଁ , ଶାଶ୍ଵତୀ ବେବର୍ତ୍ତା, ଲିଜା ସ୍ୱାଇଁ ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

© 2023 Odisha Taza News.