୧୬ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ଉପକାରାଗାର ଠାରେ ପ୍ରଗତି ମହିଳା ଅନୁଷ୍ଠାନ ଆନୁକୁଲ୍ୟରେ ଅନ୍ତେବାସୀଙ୍କ ଗହଣରେ ରଜଉତ୍ସବ ପାଳନ ହୋଇ ସାରିଛି । ଅନ୍ତେବାସୀ ଦ୍ଵାରା ତର୍କ, ନୃତ୍ୟ, ଏକକ ଅଭିନୟ ଏବଂ କଣ୍ଠ ସଙ୍ଗୀତ ପ୍ରତିଯୋଗିତା ହୋଇଥିଲା । ଭାରତୀୟ ସଂସ୍କୃତି ଓ ପରମ୍ପରା ସଂପର୍କରେ ଅନୁଷ୍ଠାନର ସମ୍ପାଦିକା ତନୁଜା ଶତପଥୀ ବୁଝାଇ ଥଲେ ,ଲିଙ୍ଗରାଜ ପାଣିଗ୍ରାହୀ, ଭାଗବତ ପାଢ଼ୀ ଙ୍କ ସହଯୋଗରେ ଉପକାରାଗାରରେ ରଜଉତ୍ସବ ସହ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଅପରାହ୍ନରେ ସ୍ଥାନୀୟ ୟୁଟେକ କମ୍ପ୍ୟୁଟର ଏଡୁକେସନ କେନ୍ଦ୍ର ଠାରେ ରଜ ଉତ୍ସବ ସଭାନେତ୍ରୀ କଳ୍ପନା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଜେଲ ଅଧକ୍ଷ ହନୁ ସେଠୀ, ମୁଖ୍ୟବକ୍ତା ପଣ୍ଡିତ ନରସିଂହ ଗୌଡ଼,ସମ୍ମାନିତ ଅତିଥି ଜେଲ ଉପାଧ୍ୟକ୍ଷ ପ୍ରଭାକର ସାହୁ, ହରିମୋହାନ ପଟନାୟକ, ଯୋଗ ଦେଇ ଓଡ଼ିଶାର ସାଂସ୍କୃତିକ ପରମ୍ପରା ସମ୍ପର୍କରେ ବୁଝାଇ ଥିଲେ । ଲୋକନାଥ ମିଶ୍ର ସଂଯୋଜନା କରିଥିବାବେଳେ ସବିତା ପଣ୍ଡିତ ସ୍ଵାଗତ ସମ୍ଭାଷଣ ଦେଇଥିଲେ ।
ରଜ କୁଇନ,କାକରା ପ୍ରସ୍ତୁତି , ରଜ ନୃତ୍ୟପ୍ରତିଯୋଗିତା ମଧ୍ୟ ହୋଇଥିଲା । ସଭା ଶେଷରେ କାକରା ପିଠା ରଜ ପାନ ବିତରଣ କରାଯାଇଥିଲା । ତ୍ରିପତି ପଣ୍ଡା ଧନ୍ୟବାଦ ଜଣା ଇଥିଲେ । ମାନସୀ ପଣ୍ଡା,ପ୍ରଫୁଲ୍ଲ ବେବର୍ତ୍ତା,ଶରତ ଚନ୍ଦ୍ର ପ୍ରଧାନ,ସୌମ୍ୟରଞ୍ଜନ ଆଚାର୍ଯ୍ୟ ସମୀର ମଣ୍ଡଳ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ସମସ୍ତ ଦୁଇଟି ପର୍ଯାୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ଶାଖା ର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା,ପରିକଳ୍ପନା ଏବଂ ପ୍ରୋଜଜନା କରିଥିଲେ ।

© 2023 Odisha Taza News.