୧୫ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :- କଟକ ଜିଲ୍ଲା ମାହାଙ୍ଗା ବ୍ଲକ ସାହାପୁର ବାଲିପଡ଼ିଆ ଠାରେ ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ମାହାଙ୍ଗା ପ୍ରିମୀୟର କ୍ରେକେଟ ଲିଗ ମ୍ୟାଚର ବିଜେତା ଓ ଉପବିଜେତା ଟ୍ରଫିକୁ ଆୟୋଜିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆଇଟି ଓ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ଖେଳାଳି ମାନଙ୍କ ନିମନ୍ତେ ଉନ୍ମୋଚନ କରିଛନ୍ତି,
ଏଥିରେ ବରେନ୍ୟ ଅତିଥି ଭାବେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗ ଦେଇ ରାଜ୍ୟସ୍ତରୀୟ କ୍ରିକେଟ ମ୍ୟାଚ ଭଳି ମାହାଙ୍ଗା ପ୍ରିମୀୟର ଲିଗ ଟୁର୍ଣ୍ଣାମେଂଟ ଗ୍ରାମାଞ୍ଚଳରେ ଆୟୋଜନ ହେବାଦ୍ୱାରା ଲୁକ୍କାୟିତ ପ୍ରତିଭା ମାନେ ସେମାନଙ୍କର ଦକ୍ଷତା ପ୍ରତିପାଦନ କରିବା ସହ ଜିଲ୍ଲା ଓ ରାଜ୍ୟସ୍ତରରେ ଖେଳିବାର ସୁଯୋଗ ପାଇ ପାରିବେ ବୋଲି କହିଥିଲେ, ଜିଲ୍ଲା ବିଜେଡି ଉପସଭାପତି ପ୍ରଶାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ,ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକ ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି,
ସାହାପୁର ସରପଞ୍ଚ ସାରଦାପ୍ରସାଦ ମହାନ୍ତି ଯିଲାପରିଷଦ ସଭ୍ୟ ରିଆଯୁଲ ହୋଦା,ମିଶନସକ୍ତି ବ୍ଲକ ସଭାପତି ସୁସ୍ମିତା ଦାଶ ୟୁନାଇଟେଡ଼ କ୍ଲବ ମାହାଙ୍ଗା ର ସଭପତି ସ୍ୱାଧୀନ ମହାନ୍ତି ଶିକ୍ଷାବିତ ସତ୍ୟନାରାୟଣ ମହାନ୍ତି ,ପ୍ରମୁଖ ଏହି ଉତ୍ସବରେ ଯୋଗ ଦେଇଥିବାବେଳେ କ୍ଲବର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ, ଏହି ଅବସରରେ ପ୍ରତିଷ୍ଠିତ କଳାକାରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା,

© 2023 Odisha Taza News.