No Result
View All Result
୧୫ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା “ସଖୀ ୱାନ ଷ୍ଟପ ସେଣ୍ଟର” ତରଫରୁ ରଜ ଉତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଖୀ ୱାନ ଷ୍ଟପ ସେଣ୍ଟର ର କାର୍ଯ୍ୟକାରିଣୀ କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଚାଇଲ୍ଡଲାଇନ ର ସଂଯୋଜକ ଶ୍ରୀ ନାଗେଶ୍ଵର ଚୌଧୁରୀ ଯୋଗଦେଇ ରଜ ଉତ୍ସବ ପାଳନର ଉଦେଶ୍ୟ ଏବଂ ପରମ୍ପରା ବିଷୟରେ ବୁଝାଇ ଥିଲେ । ଏହି ରଜପର୍ବ ୩ ଦିନ ଧରି ପାଳନ କରା ଯାଇଥାଏ ଯାହାକି , ତାହା ପହିଲି ରଜ , ରଜ ସଙ୍କ୍ରାନ୍ତି ଏବଂ ଭୁଦାହ ।
ସ୍ଵଧାର ଗୃହର ଅନ୍ତେବାସୀଙ୍କୁ ନେଇ ଏହି ରଜ ଉତ୍ସବ ରେ ଓଡିଶାର ପାରମ୍ପରିକ ପିଠା ପୋଡ ପିଠା , କାକରା ପିଠା ଏବଂ ମିଠା-ପାନ ପ୍ରଭୃତି ପରିବେଷଣ କରାଯିବା ସହିତ ଅନ୍ତେବାସୀ’ଙ୍କୁ ଖୁସି କରିବା ପାଇଁ ବିଭିନ୍ନ ବେଷଭୂଷା , ଅଳତା ଲଗାଇବା , ମେହେନ୍ଦି ପକାଇବା ଆଦି ପ୍ରତିଯୋଗୀତା କରା ଯାଇଥିଲା ।ଏହି ପ୍ରତିଯୋଗୀତାରେ ବିଜେତା ମାନଙ୍କୁ ପୁରସ୍କାର ବିତରଣ କରା ଯାଇଥିଲା । ଅନ୍ତେବାସୀଙ୍କ ସହ ଦୋଳି ଖେଳି ମନୋରଞ୍ଜନ କରିଥିଲେ ସ୍ଵଧାର ଗୃହରସୁପରିଟେଣ୍ଡେଣ୍ଟେ ଶ୍ରୀମତୀ ସନ୍ତୋସିନୀ ପାଣିଗ୍ରାହୀ ରଜ ପାଳନ ସମ୍ପର୍କରେ ସମ୍ୟକ ଆଲୋଚନା କରିଥିଲେ । ସେହିଭଳି , ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀମତୀ ମଞ୍ଜୁଳା ଚୌଧୁରୀଙ୍କ ସମେତ ମଧୁସ୍ମିତା ପାଢୀ , ପ୍ରଣତି ଦାସ , ସୁନିତା ବେହେରା , ମୋହିନୀ ପ୍ରଧାନ , ମୋନାଲିସା ବେହେରା , ନିରୂପମା ଜେନା , ପ୍ରମୁଖ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ ।



No Result
View All Result