୧୪ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ମୋହନା ବ୍ଳକ ଅଡବା ଥାନା ଦମାଦୁଆ ଗ୍ରାମ ନିକଟରେ ବାଇକି୍ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥାବା ବେଳେ ବାଇକି୍ ଚାଳକ ଗୁରୁତ୍ବର ଆହତ ହୋଇଛିନ୍ତି । ମୃତକ ହେଲେ ଦାରିଙ୍ଗିବାଡି ଗ୍ରାମର ହେମନ୍ତ ନାୟକ। ଆହତ ଜଣକ ତାଙ୍କ ପୁତରା କନ୍ଧମାଳ ଜିଲ୍ଲା ସାରାମଳି ପଞ୍ଚାୟତ ଅନ୍ତଗତ ବୁଡୁସୁଲା ଗ୍ରାମର ଜୟନ୍ତୀ ବଳିଆରସିଂ । କୌଣସି ଘରୋଇ କାମରେ ଅଡବା ଆସି ନିଜ ଗ୍ରାମକୁ ବାଇକରେ ଫେରୁଥିବା ସମୟରେ ବାଇକି୍ ଭାରସାମ୍ୟ ହରାଇ ବାଇକଟି ଦମାଦୁଆ ଗ୍ରାମ ନିକଟରେ ରାସ୍ତା କଡରେ ଥିବା ଏକ ବଡଗଛରେ ପିଟି ହୋଇଯାଇଥିଲା ।
ଘଟଣାସ୍ଥଳରେ ହେମନ୍ତୀ ମୃତ୍ୟୁ ଘଟିଥିଲା । ଆହତ ଜୟନ୍ତଙ୍କୁ ପ୍ରଥମେ ମୋହନା ସ୍ବାସ୍ଥ୍ୟକେନ୍ଦ୍ର ଭିତିକରି ପରେ ଗୁରୁତ୍ବ ହେବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଅଡବା ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକି୍ ଜବତ କରିବା ସହ ହେମନ୍ତୀଙ୍କ ମୃତଦେହ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି । ଏ ନେଇ ଅଡବା ଥାନାରେ କେସ ନଂ ୯୪/୨୩ ଏକ ମାମଲା ରୁଜୁ କରାଯାଇଥିବା ଅଡବା ଥାନା ଅଧିକାରୀ କହିଛନ୍ତି ।














