ଓଡିଶା ତାଜା ନ୍ୟୁଜ୍ (୨୩ ଜୁନ୍ ମଙ୍ଗଳବାର) ତିର୍ତ୍ତୋଲ :- ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବିଜେଡିର ବରିଷ୍ଠ ନେତା । ଆଜି ତାଙ୍କର ମୁଣ୍ଡରେ ଅସ୍ତ୍ରୋପଚାର ହେବ ସହ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ତାଙ୍କ ମୁଣ୍ଡରେ ରକ୍ତଜମାଟ ବାନ୍ଧିଥିଲା ।
ବିଭିନ୍ନ ରୋଗରେ ପୀଡ଼ିତ ଥିବା ଶ୍ରୀ ଦାସଙ୍କର ଗତକାଲି ବ୍ରେନଷ୍ଟ୍ରୋକ୍ ହେବାପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ଟିମ୍ ତାଙ୍କର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିବା ପରେ ଆଜି ସକାଳୁ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା । ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।