୧୩ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଆଜି କେଦାର ଗୌରୀ ମନ୍ଦିର ରେ କେଦାର କୁଣ୍ଡର ଜଳ ନିଷ୍କାସନ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ମଞ୍ଜୁର କରାଯାଇଥିବା ନାଳର କାର୍ଯ୍ୟକୁ ନିରୀକ୍ଷଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ମେୟର ସୁଲୋଚନା ଦାସ ପହଞ୍ଚିଥିଲେ ।
ପରେ କେଦାର କୁଣ୍ଡରେ ଦୟାନଦୀ ଉଚ୍ଛରୁ (ୱାଟକୋ ପକ୍ଷରୁ) ସ୍ୱଚ୍ଛଜଳ ପଡୁଥିବା ପାଣି ଏବଂ ପାଣି ର ମାନ ପରୀକ୍ଷାଗାର ରେ ଉଚ୍ଚମାନର ପ୍ରମାଣପତ୍ର ମିଳିସାରିଥିବାରୁ ସେହି ପବିତ୍ର ପୁଷ୍କରିଣୀରେ ନିଜେ ମଧ୍ୟ ସ୍ନାନକରି ଆଜି ଏକ ଉଦାହରଣ ସୃଷ୍ଟି କରିଛନ୍ତି ।
















