୧୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା/ଜଟଣୀ :- ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଜଟଣୀ ବିଜେପି ପକ୍ଷରୁ ସ୍ଥାନୀୟ ସୀତାରାମ ଛକ ଠାରେ ଲଣ୍ଠନ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଶକ୍ତି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ବିଭିନ୍ନ ନାରା ଦେଇ ଜୋରଦାର ପ୍ରତିବାଦ କରିଥିଲେ ।
ଏଥିରେ ତିରୁପତି ଶତପଥୀ,ପ୍ରଶାନ୍ତ ବରାଳ,ପ୍ରଦୀପ ଜେନା, ରିନା ପଟ୍ଟନାୟକ, ବିଜୟ କରଣ, ପ୍ରଶାନ୍ତ ପ୍ରଧାନ, ବାପୁ ମହାନ୍ତି,ସିଦ୍ଧାର୍ଥ ପାତ୍ର ପ୍ରମୁଖ ଶତାଧିକ ବିଜେପି ନେତା ଓ କର୍ମୀ ମାନେ ସାମିଲ ହୋଇଥିଲେ ।














