No Result
View All Result
୧୨ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଓଡିଶା ରାଜ୍ୟ ପଛୁଆ ବର୍ଗ ଆୟୋଗଙ୍କ ତତ୍ତ୍ୱାବଧାନରେ ହେଉଥିବା ରାଜ୍ୟର ପଛୁଆବର୍ଗ ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କିତ ଅନଲାଇନ୍ ସର୍ଭେ ଚଳିତ ଜୁନ ମାସ ୨୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ପୁନଶ୍ଚ ପଛୁଆ ବର୍ଗ ଆୟୋଗଙ୍କ ପତ୍ର ସଂଖ୍ୟା ୧୨୨୮ ତା.୩୦.୦୫.୨୦୨୩ରିଖ ଦ୍ୱାରା ସମସ୍ତ ବିଭାଗୀୟ ମୁଖ୍ୟ, ସମସ୍ତ ଜିଲ୍ଲାପାଳ ଓ ନଗରପାଳିକା ଆୟୁକ୍ତ ମାନଙ୍କୁ ସେମାନଙ୍କ ଅଧିନରେ ଥିବା ସମସ୍ତ ପଛୁଆବର୍ଗ କର୍ମଚାରୀ ମାନଙ୍କର ପଞ୍ଜିକରଣ ନିମନ୍ତେ ଅନୁରୋଧ କରାଯାଇଅଛି ।
ଏତଦବ୍ୟତୀତ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରମାନଙ୍କୁ ଅଧ୍ୟୟନରତ ପଛୁଆବର୍ଗ ଛାତ୍ରଛାତ୍ରୀ ଏବଂ କାର୍ଯ୍ୟରତ ପଛୁଆବର୍ଗ କର୍ମଚାରୀମାନଙ୍କର ପଞ୍ଜିକରଣ ନିମନ୍ତେ ଅନୁରୋଧ କରାଯାଇଅଛି । ଏହି ଅନଲାଇନ୍ ସର୍ଭେର ଲାଭ ଉଠାଇବା ପାଇଁ ସମସ୍ତ ପଛୁଆ ବର୍ଗର ଜନସାଧାରଣଙ୍କୁ ଅନୁରୋଧ କରାଯାଉଅଛି । ସେମାନେ ଅନଲାଇନ୍ https://oscbcapi.odisha.gov.in କୁ ଯାଇ ନିଜ ନିଜର ତଥ୍ୟ ପ୍ରଦାନ କରି ଏହି ସର୍ଭେକୁ ସଫଳ କରିବାକୁ ପଛୁଆ ବର୍ଗ ଆୟୋଗ ଅନୁରୋଧ କରିଛନ୍ତି ।
No Result
View All Result