ଓଡିଶା ତାଜା ନ୍ୟୁଜ୍ (୨୩ ଜୁନ୍ ମଙ୍ଗଳବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରେ ଆଉ ୪୧କରନା ପୋଜେଟିଭ ଚିହ୍ନଟ ହେବ ପରେ ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ି ୨୭୯ ରେ ପହଞ୍ଚିଛି । ଚିହ୍ନଟ ୪୧ଙ୍କମଧ୍ୟରୁ ୨୮ ଜଣ ବିଭିନ୍ନ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରହୁ ଥିବା ବେଳେ ୮ଜଣ ବିଭିନ୍ନ କାଣ୍ଟେନମେଣ୍ଟ ଜୋନର,ଅନ୍ୟ ୩ ଜଣ କ୍କରନ୍ଟlîଇନ କେନ୍ଦ୍ରରେ ରହି ସୁସ୍ଥ ହୋଇ ଘରକୁ ଫେରିବା ପରେ ୩ ଜଣ ଯାକର ପୋଜେଟିଭ ବାହାରି ଥିଲା । ଅନ୍ୟ ୨ ଜଣଙ୍କ ମଧ୍ୟରୁ ଜଣେ ପାରଳାଖେମୁଣ୍ଡି ପୌରାଞ୍ଚଳ ରୁ ଚିହ୍ନଟ ହୋଇ ଥିବା ବେଳେ ଅନ୍ୟ ଜଣେ ବ୍ରହ୍ମପୁର ଏମକିସିଜ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି ।
ଆକ୍ରାନ୍ତ ୪୦ଜଣ ଯାକଙ୍କୁ ଆର. ସିତାପୂର କୋଭିଡ୍ ହସ୍ପିଟାଲ୍ କୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି । ଗଜପତି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୯ବୃଦ୍ଧି ପାଇଥିବା ନେଇ ଜିଲ୍ଲାପାଳ ଅନୁପମ ଶାହା ଏକ ଭିଡ଼ିଓ ବାର୍ତ୍ତା ଜାରୀ କରି ସୂଚନl ଦେଇଛନ୍ତି । ଲଗାତାର ଗଜପତି ଜିଲ୍ଲାରେ କରନା ପୋଜେଟିଭ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଗଜପତି ଜିଲ୍ଲା ବାସୀଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ଖେଳାଇ ଦେଇଛି । (ଗଜପତ /ପାରଳାଖେମୁଣ୍ଡି – ରିପୋର୍ଟଗରୁଡ଼ ଧ୍ଵଜ ଚୌଧୁରୀ )