ପ୍ରଭାବିତ ନେଟ୍ୱର୍କରେ ସୁଧାର ଆଣିବା ସହ ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରିବା ପାଇଁ ଟିପିସିଓଡିଏଲ୍ର କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ଇଞ୍ଜିନିୟରମାନେ ଅକ୍ଳାନ୍ତ ପରିଶ୍ରମ କରିଥିଲେ ଏବଂ ପ୍ରଭାବିତ ଅଂଚଳର ୬ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ସେମାନଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ହସ୍ପିଟାଲ୍, ରେଳବାଇ ଓ ପ୍ରଶାସନିକ କେନ୍ଦ୍ର ପାଇଁ କିଛି ଘଂଟା ଭିତରେ ବିଦ୍ୟୁତ ଯୋଗାଣକୁ ସ୍ୱାଭାବିତ କରାଯାଇଥିଲା । ଗତକାଲି ସନ୍ଧ୍ୟା ୬ଟା ୪୫ ମିନିଟ୍ ସୁଦ୍ଧା ୩୩ କେଭି ଫିଡର୍ର ୯୦%କୁ ସଫଳତାର ସହ ସ୍ୱାଭାବିକ କରାଯାଇଥିଲା । ଏଥି ସହିତ ଗଛ ପଡ଼ିଥିବା ଫିଡରଗୁଡ଼ିକୁ ଯୁଦ୍ଧକାଳୀନ ଭିତିରେ ସଫା କରିବା ଏବଂ ପାଟ୍ରୋଲିଂକୁ ଟିମ୍ ତରଫରୁ ଜାରି ରଖାଯାଇଥିଲା ।
ଝଡ଼ର ପ୍ରଭାବକୁ କମ୍ କରିବା ଏବଂ ଶୀଘ୍ର ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିବା ଲାଗି ଟିମ୍ ସର୍ଦବା ଉଦ୍ୟମ କରୁଛି ବୋଲି ସାଧାରଣ ଜନତାଙ୍କୁ କଂପାନି ଭରସା ଦେବାକୁ ଚାହୁଛି । ବିଶେଷ କରି ତୀବ୍ର ପାଣିପାଗ ଭଳି ଘଟଣାରେ ଏକ ଭରସାଯୋଗ୍ୟ ଓ ସ୍ଥିର ବିଦ୍ୟୁତ ବଂଟନ ନେଟ୍ୱର୍କର ଗୁରୁତ୍ୱକୁ ଆମେ ଭଲ ଭାବେ ବୁଝିଛୁ ଏବଂ ଏ ଦିଗରେ ନିଜ ଦାୟିତ୍ୱ ନିର୍ବାହ କରିବାକୁ ଟିପିସିଓଡିଏଲ୍ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ରହିଛି । ଟିପିସିଓଡିଏଲ୍ ଏହାର ସେବା ପ୍ରଦାନ କରୁଥିବା ଅଂଚଳକୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ କରିବାକୁ ପ୍ରତିବଦ୍ଧ ରହିଛି ।
© 2023 Odisha Taza News.