ସିଆରସିସି ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ପ୍ରଧାନଶିକ୍ଷକ ସାଧୁରାମ ଭୋଇ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ଟଙ୍କଧର ସାହା ଯୋଗ ଦେଇଥିଲେ । ଏହି ଅବସରରେ ପିଲାମାନେ ଖରାଛୁଟିରେ ନିଜ ଅନୁଭୂତି ବଖାଣିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଓ କୁଇଜରେ ଅଂଶଗ୍ରହଣ ସହ ଗପ କହିଥିଲେ । ଆୟୋଜିତ କର୍ମଶାଳାରେ ଅତିଥିମାନେ ଏଫ୍ଏଲ୍ଏନର ଗୁରୁତ୍ୱ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଘର ପରିବେଶରେ ଅଭିଭାବକମାନେ ପିଲାଙ୍କ ସାକ୍ଷରତା ଓ ସଂଖ୍ୟାଜ୍ଞାନ କୌଶଳ ବିକାଶ ତଥା ପଠନ ଅଭ୍ୟାସ ବୃଦ୍ଧିରେ କିପରି ସହାୟକ ହୋଇପାରିବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା ।
ସେହିପରି ସଚେତନତା ସୃଷ୍ଟି ପାଇଁ ଏଫ୍ଏଲ୍ଏନ୍ ପ୍ଲାକାର୍ଡ ଓ ସ୍ଲୋଗାନ୍ ପ୍ରଦର୍ଶିତ ହୋଇଥିଲା ଏବଂ ଅଭିଭାବକମାନଙ୍କୁ ଏଫ୍ଏଲ୍ଏନ୍ ସମ୍ପର୍କିତ ଲିଫଲେଟ୍ ବଣ୍ଟନ କରାଯାଇଥିଲା । ଅଭିଭାବକ ଓ ଶିକ୍ଷକମାନେ ଏଫ୍ଏଲ୍ଏନ୍ ଶପଥ ପାଠ କରିଥିଲେ । କାର୍ଯ୍ୟକ୍ରମରେ ପିଲାଙ୍କୁ ଶିକ୍ଷଣରେ ସହାୟତା କରିବାକୁ ଅଭିଭାବକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ ଆୟୋଜନରେ ଶିକ୍ଷକ କିଶୋର ତ୍ରିପାଠୀ, ସୁଧୀର ରାଉତ, ବାସୁଦେବ ବାଗ, ଦୟାନିଧି ପଧାନ, ବଳଭଦ୍ର ହରିଜନ ପ୍ରମୁଖ ସହାୟତା କରିଥିଲେ ।

© 2023 Odisha Taza News.