୮ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :- ଗତ କାଲି ଯାଜପୁରରୋଡ଼ ସ୍ଥିତ ଚୂନଭାଟି ନିକଟରେ ଘଟିଥିବା ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ୬ଜଣ ପରିବାରଙ୍କୁ ଆଜି ବିଭିନ୍ନ ରାଜନୈତିକ ନେତୃମଣ୍ଡଳୀ ଭେଟି ସମବେଦନା ଜଣାଇଛନ୍ତି । ସମସ୍ତ ମୃତକମାନେ କୋରାଇ ଅଂଚଳ ହୋଇଥିଲା ବେଳେ ବନ୍ଦାଳେ ପଂଚାୟତ ଅନ୍ତର୍ଗତ ବାଲିଆପାଳ ଗ୍ରାମର କଳ୍ପତରୁ ଜେନାଙ୍କ ପୁଅ ପ୍ରଶାନ୍ତ ଜେନା, ଭଗବାନ ଜେନାଙ୍କ ପୁଅ ଭୀମସେନା ଜେନା ଓ ବାଉଟି ଜେନାଙ୍କ ପୁଅ ଶୁଶାନ୍ତ ଜେନା, ଗମ୍ଭାରିଆ ଗ୍ରାମର ମାନସ ସାମଲଙ୍କ ପୁଅ ଅଭିରାମ ସାମଲ ଓ କ୍ଷେତ୍ରବାସୀ ସାମଲଙ୍କ ପୁଅ ଗୌତମ ସାମଲ ଏବଂ ଅନ୍ୟଜଣେ ମକୁନ୍ଦୁପୁର ପଂଚାୟତର ଓଷଳା ଗ୍ରମାର ଗଙ୍ଗାଧର ପ୍ରଧାନଙ୍କ ପୁଅ ଦୋଳଗୋବିନ୍ଦ ପ୍ରଧାନ ଅଟନ୍ତି ।
ମୃତକ ବ୍ୟକ୍ତିମାନଙ୍କ ଶବ ଗତକାଲି ରାତିରେ ବ୍ୟବଚ୍ଛେଦ ପରେ ଗ୍ରାମକୁ ଅଣାଯାଇଥିଲା । ଆଜି ସକାଳୁ ଶୋକକୂଳ ପରିବେଶ ମଧ୍ୟରେ ୩ଗ୍ରାମର ଶ୍ମଶାନରେ ସେମାନଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ଏହି ଦୁଖଦ ସମୟରେ ସମସ୍ତ ମୃତକ ପରିବାରକୁ ଆଜି ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି ବାବୁ)ଙ୍କ ସହିତ ବିଜେଡିର ଏକ ନେତୃମଣ୍ଡଳୀ ଭେଟିଥିଲେ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ସ୍ବର୍ଗତ ଆତ୍ମାର ସଦଗତି କାମନା କରିଥିଲେ ।
ବାଲିଆପାଳ ଗ୍ରାମର ମୃତ ପ୍ରଶାନ୍ତ ଜେନା, ଭୀମସେନା ଜେନା ଓ ଶୁଶାନ୍ତ ଜେନା, ଗମ୍ଭାରିଆ ଗ୍ରାମର ଅଭିରାମ ସାମଲ ଓ ଗୌତମ ସାମଲ ଏବଂ ଓଷଳ ଗ୍ରାମର ଦୋଳଗୋବିନ୍ଦ ପ୍ରଧାନଙ୍କ ପରିବାରକୁ ଏକଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହଯୋଗ କରିବା ସହିତ ସମସ୍ତ ଅସୁବିଧା ବୁଝିବେ ବୋଲି ବବି ବାବୁ ପ୍ରତିଶ୍ରୁତି ଦେଇଥିଲେ । ତାଙ୍କ ସହିତ କୋରାଇର ବିଧାୟକ ଅଶୋକ କୁମାର ବଳ, ଯାଜପୁର ଜିଲା ପରିଷଦ ଅଧକ୍ଷା ନଳିନୀ ପ୍ରଭା ଯେନା, ଯାଜପୁର ବିଜେଡିଯୁବ ସଭାପତି ପ୍ରତାପ ମହାନ୍ତି, କୋରାଇ ବ୍ଲକ ଅଧକ୍ଷା ଜୟନ୍ତୀ ଦଳାଇ, ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ,
ଜିଲା ପରିଷଦ ସଭ୍ୟ, ଉମାକାନ୍ତ ମାଝୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭିକାରୀ ଚରଣ ବରାଳ, କୋରାଇର ଯୁବବିଜେଡି ସଭାପତି ସୌଭାଗ୍ୟ କୁମାର ମହାନ୍ତି, ପୂର୍ବତନ ସରପଂଚ ପ୍ରଶାନ୍ତ ମହାପାତ୍ର, କୋରାଇ ବ୍ଲକର ବିଧାୟକ ପ୍ରତିନିଧ୍ୱ ତାରକେଶ୍ଵର ମହାନ୍ତି, ଜିଲା ଉପସଭାପତି ରାକେଶ ମହାନ୍ତି, ପୂର୍ବତନ ସରପଂଚ ସୁରେଖା ସେଠୀ, ନୀଳାଦ୍ରି ଭୂଷଣ ସାହୁ, ଅଜୟ ମହାକୁଡ଼ – ପ୍ରମୁଖ ବିଜେଡିର ବହୁ ରାଜନୈତିକବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।
ଅନ୍ୟ ପଟେ କୋରାଇ ବ୍ଲକ କଂଗ୍ରେସ ନେତା ହରେକୃଷ୍ଣ ସାହୁ, ବିଦ୍ୟାଧର ମହାନ୍ତି, ସିପିଆଇ ନେତା ଆଲୋକ ମହାନ୍ତି ଆଦି ବିଭିନ୍ନ ରାଜନୈତିମ ଦଳର ପ୍ରତିନଧ ମାନେ ଅସହାୟ ପରିବାର ମାନଙ୍କୁ ଭେଟି ସମବେଦନା ଜଣାଇ ଥିଲେ । କଂଗ୍ରେସ ନେତା ବିଦ୍ୟାଧର ମହାନ୍ତି ଓ ବନ୍ଦାଳୋ ପଂଚାୟତର ସରପଂଚ ବିଷ୍ଣୁ ଚରଣ ରଥ ମୃତକଙ୍କ ପରିବାରକୁ ରେଳବିଭାଗ ପକ୍ଷରୁ ୨୫ଲକ୍ଷ ଲେଖାଏଁ ଟଙ୍କା କ୍ଷତିପୂରଣ ଦେବା ସହିତ ପ୍ରତ୍ୟେକ ପରିବାରୁ ଜଣଙ୍କୁ ରେଳବାଇବିଭାଗରେ ଚାକିରି ଦେବା ପାଇଁ ଦାବି କରିଛନ୍ତି l