୬ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା – ଜଟଣୀ :- ବାହାନଗା ବଜାର (ବାଲେଶ୍ଵର) ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରି ଜଟଣୀ ନଗର ବିଜେପି ପକ୍ଷରୁ ଆରାଧ୍ୟ ଦେବୀ ମା ଉତ୍ତରାୟଣିଙ୍କ ଠାରେ ରବିବାର ସନ୍ଧ୍ୟାରେ ଏକ ନିରବ ପ୍ରାର୍ଥନା ଓ ଦୀପଦାନ ଭଳି ମହତ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଜଟଣୀ ନଗର ସଭାପତି ତିରୁପତି ଶତପଥୀ,ପ୍ରଶାନ୍ତ ପ୍ରଧାନ,ନାଗ ଭୂଷଣ ରାୟ ,ପ୍ରଦୀପ ଜେନା,ନଳନି ସ୍ୱାଇଁ,ରଘୁ ନାୟକ,ଦିପୁ ସୁନ୍ଦରାୟ,କବି ପାଇକରାୟ,ରଙ୍କ ମୁଦୁଲି, ଏନ ଜଗନ୍ନାଥ,ପରେଶ,ରଞ୍ଜିତ ମଙ୍ଗରାଜ,ଗତିଆ ସାବତ,ବିବେକ,ଜିତୁ ଜେନା ପ୍ରମୁଖ ଶତାଧିକ ବିଜେପି କର୍ମୀ ଓ ନେତା ଯୋଗ ଦେଇଥିଲେ ।

© 2023 Odisha Taza News.