No Result
View All Result
୬ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବ୍ରହ୍ମପୁର :- ଟିପି ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ ପକ୍ଷରୁ ବିଦ୍ୟୁତ ଚୋରି ନେଇ ଧରପଗଡ଼ ଜୋରଦାର ହୋଇଛି । କବିସୂର୍ଯ୍ୟ ନଗରର ଜଣେ ଉପଭୋକ୍ତା ବିଦ୍ୟୁତ ଚୋରି କରୁଥିବା ଜାଣିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଥାନାରେ ଏତଲା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ କବିସୂର୍ଯ୍ୟନଗର ଥାନାରେ ଏତଲା ଦିଆଯାଇଛି । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କର ବିଦ୍ୟୁତ ବିଲ ବକେୟା ଥିଲା ।
ଥରେ ତାଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା । କିନ୍ତୁ ସେହି ବ୍ୟକ୍ତି ଜଣକ ବେଆଇନ ଭାବେ ନିଜ ଘରକୁ ବିଦ୍ୟୁତ ସଂଯୋଗ କରିଥିବା ଯାଞ୍ଚ ପରେ ଜଣା ପଡି଼ଥିଲା । ଭାରତୀୟ ବିଜୁଳି ଆଇନର ଧାରା ଉଲଂଘନ କରିଥିବାରୁ ଏ ସମ୍ପର୍କରେ କବିସୂର୍ଯ୍ୟନଗର ଥାନାରେ ଏକ ମାମଲା ରୁଜୁ ହୋଇଛି ।

No Result
View All Result