ଓଡିଶା ତାଜା ନ୍ୟୁଜ୍ (୨୩ ଜୁନ୍ ମଙ୍ଗଳବାର) ଜଟଣୀ :- ଜଟଣୀ, ଇଷ୍ଟ କୋଷ୍ଟ ରେଲୱେରେ ପ୍ରଥମ କରି ଜଣେ ରେଳ କର୍ମଚାରି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି . ପ୍ରାପ୍ତ ସୂଚନା ଅନୁସାରେ କଟକ ମହାନଦୀ ବିହାର ଅଞ୍ଚଳର ହରି ହର ଲେଙ୍କା ଟ୍ରେନ ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟ କରନ୍ତି ଗତ ନଅ ତାରିଖରେ ସେ ଦିଲ୍ଲୀ ରୁ ରାଜଧାନୀ ଏକ୍ସପ୍ରେସରେ ଡିୟୁଟି କରି ଆସି ହୋମ କ୍ୱାରେଣ୍ଟରେ ଥିଲେ ୧୪ ତାରିଖରେ ଥଣ୍ଡା କାଶ ହେବାରୁ ତାଙ୍କୁ
ଭୁବନେଶ୍ୱର ର ଏକ ଘରୋଇ କୋବିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଗତକାଲି ତାଙ୍କର ମୃତ୍ୟୁ ଘଟିଛି ଯାହାକୁ ନେଇ ଇଷ୍ଟକୋଷ୍ଟ ଯୋନରେ ଶୋକର ଛାୟା ଖେଳିଯାଇଛି ଆଜି ସ୍ବର୍ଗତ ଲେଙ୍କାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଖୋର୍ଦ୍ଧାରୋଡ଼ ଷ୍ଟେସନ ସ୍ଥିତ ସି ଟି ଆଇ ଅଫିସଠାରେ ସିଟିଆଇ ଭଗବାନ ସେଠୀ ଏବଂ ଟିଟିଆଇ ଅମୀୟ ଭୂଷଣ ମହାନ୍ତି ଙ୍କ ନେତୃତ୍ୱରେ ଏକ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । (ଜଟଣୀ ରୁ ଇଫତେଖାର ଅଲ୍ଲୀ ଙ୍କ ରିପୋର୍ଟ)