୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ ସଦର :- ମୌଜା ଥାନା, ଦଧିବାମନପୁର ସ୍ଥିତ ସି.ବି.ଏସ.ଇ. ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ତମାଖୁ ବର୍ଜନ ଦିବସ ( World No Tobacco Day) ପାଳିତ ହୋଇ ଯାଇଛି। 31 ମେ ବିଶ୍ଵ ତମାଖୁ ବର୍ଜନ ଦିବସ ହୋଇଥିବାରୁ, ବିଦ୍ୟାଳୟ କର୍ତ୍ତୃପକ୍ଷ ଏକ ରାଲିର ଆୟୋଜନ କରିଥିଲେ l ଏହି ରାଲିରେ ପିଲା ମାନେ ବିଦ୍ୟାଳୟର ଆର୍ଟ ଶିକ୍ଷକ ନିରଞ୍ଜନ ନାୟକଙ୍କ ତତ୍ତ୍ଵାବଧାନରେ ବିଭିନ୍ନ ପ୍ରକାରର ପୋଷ୍ଟର ଏବଂ ଫ୍ଲାଗ କାର୍ଡ ମାନ ତିଆରି କରି ବସ ରାଲିରେ ଯୋଗ ଦେଇଥିଲେ ।
ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ସହଯୋଗରେ ଛାତ୍ରଛାତ୍ରୀମାନେ ତମାଖୁ ବର୍ଜ୍ଜନ ସ୍ଲୋଗାନ ସହିତ ୪୨ ମୌଜାର ଝିଙ୍କିରିଆ ଗ୍ରାମ ମୁଖ୍ୟ ରାସ୍ତାରୁ ଆରମ୍ଭ କରାଯାଇଥିଲା ବିଦ୍ୟାଳୟର ମାର୍ଗଦର୍ଶକ ଡ଼.ଅନିରୁଦ୍ଧ ଖିଲ୍ଲାର ଓ ଚେୟାରମ୍ୟାନ ଡ଼.ଚନ୍ଦନା ବେହେରା ଏହି ରାଲିକୁ ସ୍ଲୋଗାନ ଏବଂ ଫ୍ଲାଗ କାର୍ଡ ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରାଲି ଚାନ୍ଦୁଲି ପର୍ଯ୍ୟନ୍ତ ଚାଲିଥିଲା । ବାଟରେ ବେଣ୍ଟକାର, ଗୋବିନ୍ଦ ପୁର, କଳପଡ଼ା ଠାରେ ଅଭିଭାବକ ମାନଙ୍କ ଦ୍ୱାରା ପାନୀୟ ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପ୍ରଶାସକ ଶ୍ରୀ କ୍ଷେତ୍ରମୋହନ ସେନାପତି, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ପରିଚାଳନା କରିଥିଲେ l ଭବିଷ୍ୟତରେ ଅଧିକରୁ ଅଧିକ ଏହି ଭଳି ଜନଜାଗରଣ ରାଲିର ଆୟୋଜନ କରିବାର ବ୍ୟବସ୍ଥା ବିଦ୍ୟାଳୟ ତରଫରୁ କରାଯିବ ବୋଲି ବିଦ୍ୟାଳୟର ମାର୍ଗଦର୍ଶକ କହିଥିଲେ ।














