No Result
View All Result
୨ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :- ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ରାମଗିରି ଅଞ୍ଚଳରେ ଦୁଇଟି ମୋଟର ସାଇକେଲ ଦୁର୍ଘଟଣାରେ ଛଅ ଜଣ ବାଇକ ଆରୋହୀ ଆହତ ଆହତ ମଧ୍ୟରୁ ଜଣକୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର l ମିଳିଥିବା ସୂଚନା ପ୍ରକାରେ ଆଜି ରାମଗିରି ସାପ୍ତାହିକ ହାଟକୁ ସଉଦା ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣି ବାହାଡାପଦା ଗ୍ରାମର ଅଜୟ କୁମାର ରଇତ ନିଜ ୨୫ ବର୍ଷ , କୃପାସିନ୍ଧୁ ରଇତ ୧୯ ବର୍ଷ , ଲିଟୁ ରଇତ ୧୮ବର୍ଷ ବାଇକ ଯୋଗେ ନିଜ ଗ୍ରାମକୁ ଫେରୁଥିବା ସମୟରେ ରାମଗିରି ନିକଟ ଫୁକା ଗେଟ ପାଖରେ ଏକ ଅଜଣା ମେକ୍ସ ପିକପ ଧକ୍କା ଦେଇ ଚାଲିଯିବା ଫଳରେ ଏହି ତିନି ଜଣ ଯାକ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ ତେବେ ସ୍ଥାନୀୟ କିଛି ଲୋକଙ୍କ ସହାୟତାରେ ଏକ ଅଟୋ ଯୋଗେ ରାମଗିରି ମେଡିକାଲକୁ ଆଣିଥିଲେ ଡାକ୍ତର ଜୟକୃଷ୍ଣ ସେଠି ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରି ଅଧିକା ଗୁରୁତର ଥିବା ଅଜୟ କୁମାର ରଇତ ଙ୍କୁ ପାରଳାଖେମୁଣ୍ଡି ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ l ସେହିପରି ରାମଗିରି ପାତ୍ରସାହିର ଏକ ବାହାଘର ଭୋଜି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସୁଥିବା ବେଳେ ନୁଆସାହି ଗ୍ରାମର ବିଷ୍ଣୁ ଦଳାଇ , ଅନଘା ଗ୍ରାମର କୃଷ୍ଣ ଚନ୍ଦ୍ର ରଇତ ଏବଂ ଟି. ଗୁଡିସାହି ଗ୍ରାମର ଭୁବନି ରଇତ ଅଟୋକୁ ରାସ୍ତାଦେଇ ଭାରସାମ୍ୟ ହରାଇ ରାସ୍ତାରେ ଛିଟିକି ପଡି ଗୁରୁତର ଭାବେ ଆହତ ହୋଇ ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୁ ଅଣାଯାଇଥିଲା l

No Result
View All Result