ଷୋଡଶ ଉପଚାର ପୂଜା, ଗୋ ପୂଜା, ଦେବତା ପ୍ରବେଶ, ମହାଧୱକ ଉତ୍ତୋଳନ, ରତ୍ନମୁଦ ପୂଜା, ପାଶ୍ରୱ ଦେବତା ସ୍ଥାପନ, ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ସହ ପୂର୍ଣ୍ଣାହୂତି, ଗାଁ ବନ୍ଧନ, ପୁଷ୍ପଞ୍ଜଳି ଆଦି ବିଧିବଦ୍ଧ ଭାବେ ଅନୁଷ୍ଠିତ କରାଯାଇଥିଲା । ଏଥିସହ ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସମସ୍ତ ଶ୍ରଦ୍ଧାଳୁ ଭକ୍ତଗଣ ମାନଙ୍କ ସହଯୋଗରେ ଏହି ମନ୍ଦିର ନିର୍ମାଣ କରାଯାଇଥିବା ବେଳେ ଗ୍ରାମ ସହ ସାରା ଜିଲ୍ଲାରେ ବାଧାବିଘ୍ନ ସମୟରେ ମାଁ ମଝିଘରିୟାଣୀ ମାଁ ସାହା ହୋଇଥାନ୍ତି ବୋଲି ମନ୍ଦିର ପରିଚାଳନା କମିଟି ର ସଭାପତି ଶ୍ରୀ ଯୋଗେଶ୍ଵର ଦାସ ପ୍ରକାଶ କରିଛନ୍ତି ।
ପୂଜାବିଧି କାର୍ଯ୍ୟକ୍ରମ ପୂଜକ ଶ୍ରୀ ରାମଚନ୍ଦ୍ର ଦାଶ ଏବଂ ଶ୍ରୀ ସନ୍ତୋଷ କୁମାର ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ଵାମୀ ଯୋଗିଶ୍ରୀ ଚୈତନ୍ୟ ରାମଜୀ ଉପସ୍ଥିତ ରହି ମାର୍ଗ ଦର୍ଶନ କରିଥିଲେ । ଏହି ଅବସରରେ ଗ୍ରାମକୁ ରଂଗୀନ ଆଲୋକରେ ସଜାଇବା ସହ ନାମ ସଂକୀର୍ତ୍ତନ ର ଆୟୋଜନ କରାଯାଇଛି । ଉକ୍ତ ଉତ୍ସବରେ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଗଣ ଯୋଗ ଦେଇ ପ୍ରତ୍ୟେକ ଦିନ ହୋଇଥିବା ନାଚ ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ।
ଉକ୍ତ ପ୍ରତିଷ୍ଠା ଉତ୍ସବ କୁ ମନ୍ଦିର କମିଟି ର ସଭାପତି ଯୋଗେଶ୍ଵର ଦାସ , ସମ୍ପାଦକ ଶ୍ରୀ କେ ରାମ ବାବୁ , ଏମ ଗୈାରୀ ସଙ୍କର , ମୁକୁନ୍ଦ ପିଡିକା ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବକୁ ଗଣେଶ କୁମାର ସାହୁ , ଏସ ଲୋକନାଥ , ବିଜୟ କୁମାର ଚୌଧୁରୀ , ଗୁଡାଲା ସାଇ କୁମାର , ମାଝୀ ତାଡିଙ୍ଗି , ମେଲାକା ପରମେଶ , ମେଲେକା ଡିଗ୍ରୀ , ରାଜା ରାଓ ମେଲେକା , ପୁଜା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ ।

© 2023 Odisha Taza News.