ଦୁଇ ଗୁରୁତ୍ବ ହେଲେ ଲୁହାସିଂ ଗ୍ରାମର ଦିଲିପ୍ ରଇତ (୨୫) ବର୍ଷ ଓ ଅଶୟ ରଇତ(21) ବର୍ଷ ବୋଲି ଜଣା ପଡିଛି । ସୁଚନା ମୂତାବକ କେଟିକ୍ ବାଇକରେ ଦିଲିପି ଓ ଅଶୟ କୌଣସି କାମରେ ଆର,ଉଦୟଗିରି ଯାଉଥିବା ବେଳେ ବିପରିତ ଦିଗରୁ ଏକ ଅଟୋରେ ୩ ଜଣ ଧରିଯାଉଥିଲା ।
ବୁରୁସିଂ ଗ୍ରାମର ସତ୍ୟ ପୂଜାରୀ, ଆର,ଉଦୟଗିରି ଗ୍ରାମର ରଘୁନାଥ ବଡମୁଣ୍ଡି ଓ ଚିତରଞ୍ଜନ ପ୍ରଧାନୀ ଖଜୁରିପଦା ଆସୁଥିବା ବେଳେ ତାବରଡା ଛକ ଠାରେ ଦୁଇ ଗାଡି ମଧ୍ୟରେ ମୁହାଁମୁହିଁ ହୋଇ ଧକ୍କା ହୋଇଥିଲା । ଫଳରେ ବାଇକ୍ ଆରହି ୨ ଜଣ ଗୁରୁତ୍ବ ଆହତ ହୋଇଥିବା ବେଳେ ଅଟୋ ଚାଳକ ଏବଂ ସେଥିରେ ଥିବା ୨ ଜଣ ଯାତ୍ରୀଙ୍କୁ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।
ଖବରପାଇଁ ଆର,ଉଦୟଗିରି ପୁଲିସ ସହାୟତାରେ ୧୦୮ ଆମ୍ବୁଲେସ ପହଞ୍ଚି ସମସ୍ତ ଗୁରୁତ୍ବର ଓ ଆହତଙ୍କୁ ଖଜୁରିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଭତିକରିଥିଲେ । ପରବତି ସମୟରେ ଗୁରୁତ୍ବଙ୍କୁ ଅଧିକ ଚିକିତ୍ସା ପାଇଁ ୧୦୮ ଆମ୍ବୁଲେସ ଦ୍ବାରା ବ୍ରହ୍ମପୁର ମେ କେ ସି ଜି ବଡ ମେଡିକାଲକୁ ପଠାଇ ସ୍ଥାନାନ୍ତରିତ କରାଯାଇଥିଲା ।
ଘଟଣା ସ୍ଥଳରେ ଆର,ଉଦୟିଗିରି ପୁଲିସ ପହଞ୍ଚି ବାଇକ୍ ଓ ଅଟୋକୁ ଜବତ କରି ତଦନ୍ତ କରୁଥିବା ସୁଚନା ମିଳିଛି । ଏ ନେଇ ଆର, ଉଦୟଗିରି ଥାନାରେ କେସ ନଂ ୬୩/୨୩ ମାମଲା ରୁଜୁକରି ଅଧିକ ତଦନ୍ତ ଚଲାଥିବା ଏସଆଇ ଅମର ମିଶ୍ର କହିଛନ୍ତି ।

© 2023 Odisha Taza News.