• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଟିପିଏସ୍‌ଓଡିଏଲ୍ ପକ୍ଷରୁ ବିଦ୍ୟୁତ ଚୋରିବିରୋଧରେ କାର୍ଯ୍ୟାନୁଷ୍ଠାନ

Proprietor Abhimanyu Maharana by Proprietor Abhimanyu Maharana
June 3, 2023
in ଓଡ଼ିଶା, ଗଞ୍ଜାମ, ହୋମ୍
0
ଟିପିଏସ୍‌ଓଡିଏଲ୍ ପକ୍ଷରୁ ବିଦ୍ୟୁତ ଚୋରିବିରୋଧରେ କାର୍ଯ୍ୟାନୁଷ୍ଠାନ
Share on FacebookShare on TwitterWhatsapp

୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବ୍ରହ୍ମପୁର :-  ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ବେଆଇନ ବିଦ୍ୟୁତ ବ୍ୟବହାର ଓ ବିଦ୍ୟୁତ ଉପକରଣରେ ହେରଫେର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଅଭିଯାନ ଆରମ୍ଭ କରାଯାଇଛି । ଏଭଳି ବେଆଇନ କାର୍ଯ୍ୟକଳାପକୁ ନିରୁତ୍ସାହିତ କରିବା ସହିତ ସମସ୍ତ ଅଂଶୀଦାରଙ୍କ ପାଇଁ ଏକ ସ୍ୱଚ୍ଛ ଓ ପାରଦର୍ଶୀ ପରିବେଶ ବଜାୟ ରଖିବା ପାଇଁ କଂପାନି ଏହି ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ପ୍ରତିବଦ୍ଧ ରହିଛି । ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ଅଭିଯାନ ବେଳେ କଂପାନି ଜାଣିବାକୁ ପାଇଥିଲା ଯେ କିଛି ଗ୍ରାହକ ଆଇନତଃ କଟା ଯାଇଥିବା ବିଦ୍ୟୁତ ସଂଯୋଗକୁ ପୁନର୍ବାର ବେଆଇନ ଭାବେ ଯୋଡ଼ି ଉପଯୁକ୍ତ ସ୍ୱୀକୃତି ବିନା ବିଦ୍ୟୁତ ବ୍ୟବହାର କରୁଛନ୍ତି ।

ପୁନଶ୍ଚ, ବାହ୍ୟ ମାଧ୍ୟମ ବ୍ୟବହାର ଜରିଆରେ ବିଦ୍ୟୁତ ଉପକରଣରେ ହେରଫେର କରି ଗ୍ରାହକମାନେ ସର୍ଭିସ୍ ଲାଇନ୍ ଓ ମିଟରରେ ହସ୍ତକ୍ଷେପ କରୁଛନ୍ତି ।  ଏହି କାର୍ଯ୍ୟ ଦ୍ୱାରା ୟୁଟିଲିଟି ସଂସ୍ଥା ବହୁ ପରିମାଣର ରାଜସ୍ୱ ହରାଉଥିବା ବେଳେ ଏହା ଜନ ସାଧାରଣଙ୍କ ସୁରକ୍ଷା ପ୍ରତି ବିପଦ ମଧ୍ୟ ସୃଷ୍ଟି କରୁଛି । ବୈଧାନିକ ଦିଶାନିର୍ଦେଶ ଓ ନିୟମ ଅନୁସାରେ, ଏହି ସମସ୍ୟାକୁ ପ୍ରଭାବଶାଳୀ ଢଙ୍ଗରେ ସମାଧାନ କରିବା ଲାଗି ଭାରତୀୟ ବିଦ୍ୟୁତ ନିୟମ ଓ ଓଇଆର୍‌ସି ସପ୍ଲାଏ କୋଡ୍‌ସରେ ରହିଥିବା ଧାରାଗୁଡ଼ିକୁ ଟିପିଏସ୍‌ଓଡିଏଲ୍ ପକ୍ଷରୁ ଲାଗୁ କରାଯିବ । ଏହି ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରାଯିବ: ଆଇନଗତ ଭାବେ ବିଚ୍ଛିନ୍ନ କରାଯାଇଥିବା ସଂଯୋଗକୁ ଗ୍ରାହକମାନଙ୍କ ଦ୍ୱାରା ବେଆଇନ ଭାବେ କରାଯାଉଥିବା ପୁନଃ ସଂଯୋଗକୁ ରୋକିବା ଲାଗି ଓଇଆର୍‌ସି ସପ୍ଲାଏ କୋଡ୍ ୨୦୧୯ର ଧାରା ୧୭୫ରେ ଟିପିଏସ୍‌ଓଡିଏଲ୍‌କୁ ଅନୁମତି ପ୍ରଦାନ କରିଛି ।

ଯଦି କିଛି ବେଆଇନ ପୁନଃସଂଯୋଗ ଧରାପଡ଼ିବ, ଭାରତୀୟ ବିଦ୍ୟୁତ ନିୟମ ୨୦୦୩ର ଧାରା ୧୩୮ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି ବିଦ୍ୟୁତ ଯୋଗାଣକୁ ଭିନ୍ନ ଏକ ନୂତନ ସଂଯୋଗ ଜରିଆରେ ସ୍ୱାଭାବିକ କରାଯାଇଥିବ, ତେବେ ବିଚ୍ଛିନ୍ନ କରାଯାଇଥିବା ସଂଯୋଗର ବକେୟା ରାଶିକୁ ନୂତନ ସଂଯୋଗ ଖାତାକୁ ସ୍ଥାନାନ୍ତର କରାଯିବ । ସେହି ସ୍ଥାନାନ୍ତରିତ ରାଶି ପଇଠ ନହେଲେ କୋଡ୍‌ର ନିୟମ ୧୭୨ (୧) ଅନୁସାରେ ତାହାର ମୁକାବିଲା କରାଯିବ । ବେଆଇନ ପୁନଃସଂଯୋଗ ଲାଗି ଦାୟୀ ବ୍ୟକ୍ତିଙ୍କୁ ଧରିବା ଲାଗି ତଦନ୍ତ କରାଯାଇପାରେ । ଭାରତୀୟ ବିଦ୍ୟୁତ ନିୟମ ୨୦୦୩ର ଧାରା ୧୩୮ ଅନୁସାରେ ବିଭିନ୍ନ ପ୍ରକାର ପଦକ୍ଷେପକୁ ବେଆଇନ ବିଚାର କରାଯାଉଛି, ଯେଉଁଥିରେ ସାମିଲ ରହିଛି ବେଆଇନ ସଂଯୋଗ/ ପୁନଃ ସଂଯୋଗ, ବେଆଇନ ପୁନଃ ସଂଯୋଗ, ବେଆଇନ ଯୋଗାଯୋଗ, ଉଦ୍ଦେଶ୍ୟମୂଳକ ହାନି କିମ୍ବା ପରିବର୍ତନ କିମ୍ବା ବିଦ୍ୟୁତର ସଠିକ୍ ମାପକୁ ଜାଣିଶୁଣି ରୋକିବା ।

ଏହି ପଦକ୍ଷେପରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ, ୧୦ ହଜାର ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ହୋଇପାରେ । ଏହି ଅପରାଧଗୁଡ଼ିକ ଲାଗି ଦୈନିକ ଜରିମାନା ଲାଗୁ ମଧ୍ୟ କରାଯାଇପାରେ । ଯଦି ମିଟର କିମ୍ବା ଉପରକରଣ ଉପରେ ଗ୍ରାହକଙ୍କ ନିୟନ୍ତ୍ରଣ ଥିବା ଧରାପଡ଼ିବ, ତେବେ ଏହା ଯଦି ପ୍ରମାଣ କରିନପାରିଲେ ତାହାକୁ ଗ୍ରାହକ ଜଣକ ଜାଣିଶୁଣି ଓ ଉଦ୍ଦେଶ୍ୟମୂଳକ ଭାବେ ବେଆଇନ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଧରିନିଆଯିବ । ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ ଗର୍ଗ କହିଛନ୍ତି ଯେ, “ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଓ ସେବା ପ୍ରଦାନ କରି ଗ୍ରାହକ ଓ ସାମଜର ଆବଶ୍ୟକତା ପୂରଣ କରିବା ଲାଗି ଟିପିଏସ୍‌ଓଡିଏଲ୍ ପ୍ରତିବଦ୍ଧ ରହିଛି । ସେହି ସମୟରେ, ସମସ୍ତ ଅଂଶୀଦାରଙ୍କ ସ୍ୱାର୍ଥ ଓ ୟୁଟିଲିଟିର ଦୀର୍ଘସ୍ଥାୟୀ ନିରନ୍ତରତା ଓ ପ୍ରଦର୍ଶନ ଉପରେ ଆମେ ଗୁରୁତ୍ୱାରୋପ କରୁଛୁ । ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ସମେତ ନିଜ ସୁରକ୍ଷାର ଅଖଣ୍ଡତାକୁ ସୁନିଶ୍ଚିତ କରିବା ଲାଗି ନିର୍ଧାରିତ ଗାଇଡ୍‌ଲାଇନ୍ ଓ ନିୟମକୁ ପାଳନ କରିବା ପାଇଁ ମୁଁ ସମସ୍ତ ଗ୍ରାହକଙ୍କୁ ଆହ୍ୱାନ ଦେଉଛି ।’’

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version