No Result
View All Result
୨ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :- ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଶୁବଲ୍ଡ଼ା ଗ୍ରାମପଞ୍ଚାୟତ ବେଡିଂ ଗ୍ରାମର ବାୟାଧର ବଡ଼ମୁଣ୍ଡିଙ୍କ ଚିଟି ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ଘଟଣା ପ୍ରକାରେ ଗତକାଲି ସନ୍ଧ୍ୟା ସମୟ ରେ ମୃତକ ନିଜ ବାରିପଟ କାଠ ସଂଗ୍ରହ କରିବାକୁ ଯାଇଥିଲେ ,ସେହିସମୟରେ ସାପଟି ତାଙ୍କ ବାମ ଗୋଡ କୁ କାମୁଡ଼ିଦେଇଥିଲା ।ପରେ ସେ ନିଜେ ସେହି ସାପକୁ ବାଡେଇ ମାରିଦେଇଥିଲେ ।ପ୍ରଥମେ ତାଙ୍କୁ ରାମଗିରି ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରି ଚନ୍ଦ୍ରଗିରି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।
ଚନ୍ଦ୍ରଗିରି ଠାରେ ତାଙ୍କ ଚିକିତ୍ସା ସମ୍ଭବ ପର ନହେବାରୁ ତାଙ୍କୁ ଉନ୍ନତ ମାନର ଚିକିତ୍ସା ଲାଗି ବ୍ରହ୍ମପୁର ବଡ଼ ମେଡିକାଲ କୁ ଡାକ୍ତର ସାଗର ନାୟକ ପଠାଇଥିଲେ ।ବ୍ରହ୍ମପୁର ସ୍ଥାନାତର ବେଳେ ବାୟାଧରଙ୍କ ରାସ୍ତାରେ ମୃତ୍ୟୁ ଘଟିଥିଲା । ପୁଣି ତାଙ୍କ ସମ୍ପର୍କୀୟ ତାଙ୍କୁ ନେଇ ଚନ୍ଦ୍ରଗିରି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଫେରିଥିଲେ ।ସେଠାରେ ତାଙ୍କୁ ଡାକ୍ତର ସାଗର ମୃତ ଘୋଷଣା କରିଥିଲେ ।ତେବେ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ଶବ କୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିବେ ବୋଲି ସୂଚନା ଦେଇଛନ୍ତି ।

No Result
View All Result