ସେଠାରେ ଆଞ୍ଚଳିକ ସାମ୍ବାଦିକ ସଂଘର ସଦସ୍ୟ ମାନେ ଶ୍ରୀ ଜଗନ୍ନାଥ ଙ୍କ ଭକ୍ତ ଶ୍ରୀ ଗୁରୁଜର ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରି ଆଞ୍ଚଳିକ ସାମ୍ବାଦିକ ସଂଘ କାର୍ଯ୍ୟାଳୟକୁ ପାଛୋଟି ଆଣିଥିଲେ । କାର୍ଯ୍ୟାଳୟରେ ଶ୍ରୀ ଗୁରୁଜର କିଛି ସମୟ ବିଶ୍ରାମ ନେବା ସହ ଜଗନ୍ନାଥ ସଂସ୍କୃତି ବିଷୟରେ ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଆଞ୍ଚଳିକ ସାମ୍ବାଦିକ ସଂଘ ର ସଦସ୍ୟ ମାନଙ୍କ ସହ ନୂଆଗାଁ ବ୍ଲକ୍ ବିଡ଼ିଓ ସଚିଦା ନନ୍ଦ ମିଶ୍ର ଙ୍କ ସହ କର୍ମଚାରୀ ଉପସ୍ଥିତ ଥିଲେ ।
ଶ୍ରୀ ଗୁରୁଜର ଙ୍କ ସହ ତାଙ୍କ ଦୁଇ ଭାଇ ଦିପେଶ ସିଂ ଗୁରୁଜର,କୈଳାସ ଗୁରୁଜର ତାଙ୍କ ଯାତ୍ରା ରେ ସହଯୋଗ କରି ଆସୁଥିବା ଶ୍ରୀ ଗୁରୁଜର ପ୍ରକାଶ କରିଥିଲେ । ଆଞ୍ଚଳିକ ସାମ୍ବାଦିକ ସଂଘ ସଦସ୍ୟ ମାନଙ୍କ ଆତିଥ୍ୟ ତାରେ ଅତ୍ୟନ୍ତ ଖୁସି ପ୍ରକାଶ କରିଥିଲେ ଶ୍ରୀ ଜଗନ୍ନାଥ ଙ୍କ ଭକ୍ତ । କିଛି ସମୟ ବିଶ୍ରାମ ନେଇସାରିବା ପରେ ଶ୍ରୀ ଜଗନ୍ନାଥ ଙ୍କ ଭକ୍ତ ଶ୍ରୀ ଗୁରୁଜର ପୁରୀ ଅଭିମୁଖେ ଯାତ୍ରା କରିଥିଲେ ।

© 2023 Odisha Taza News.