୧ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ମୋହନା ବ୍ଳକ ସିପିଆଇ ( ଏମ୍) ଆଞ୍ଚଳିକ କମିଟି ତରଫରୁ ଆର,ଉଦୟଗିରି ରାଲି କରିବା ସହ ତହସିଲ ଓ ବ୍ଲକ ଅଫିସ ବିଭିନ୍ନ ସମସ୍ୟାର ସମାଧାନ ନେଇ ଗଣ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ ହାଟପଦା ଠାରୁ ବିଶ୍ବାଳ ରାଲିରେ ବାହାରି ସହର ବିଭିନ୍ନ ସୋଷଗାନ ଦେଇ ପରିକ୍ରମା ପରକ୍ରମ ପରେ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଯୋଗ ଦେଇଇଥିବା ପାଟି ପକ୍ଷରୁ ଯୋଗ ଦେଇଥିବା ଓଡିଶା ସି ପି ଆଇ (ଏମ୍) ରାଜ୍ୟ ସମ୍ପାଦକ ଆଳି କିଶୋର ପଟ୍ଟନାୟକ ଓ ଓଡିଶା ଆଦିବାସୀ ମଞ୍ଚର ଉପଦେଷ୍ଟା ଜଗନ୍ନାଥ ମିଶ୍ର ନିଜ ନିଜର ବ୍ୟକ୍ତୁତାରେ ତହସିଲ ଓ ବ୍ଳକ ସମସ୍ୟାକୁ ନେଇ କହିଥିଲେ । ସ୍ଥାନୀୟ ତହସିଲଦାର ସରକାରୀ କାର୍ଯ୍ୟରେ ପାଖ ଗ୍ରାମକୁ ଯାଇଥିଲେ । କିଛି ସମୟରେ ଆସିଥିଲେ ଅପେକ୍ଷା କରିରହିଥିଲେ ସେ ଆସିଲା ପରେ ପାଟିର ଜିଲ୍ଲା ସମ୍ପାଦକ ଦଣ୍ଡପାଣି ରଇତ ତାଙ୍କ ସହକର୍ମୀ ଧରିଯାଇ ତହସିଲଦାର ଯ୍ୟାତିମୟ ଦାସଙ୍କୁ ୫ ଦଫା ଦାବିପତ୍ର ଦେବାସହ ଆଲୋଚନା କରିଥିଲେ ।
ଦାବି ଗୁଡିକ ହେଲା ୧, ଚାଷ ଦଖଳ କରୁଥିବା ରାଜସ୍ବ ଜମିର ପଟ୍ଟା ପ୍ରଦାନ,(2) ଆବେଦନ କରୁଥିବା ଜଙ୍ଗଲ ଜମିର ପଟ୍ଟା ପ୍ରଦାନ,(3) ଚାଷୀ ପାଇଥିବା ଜଙ୍ଗଲ ଜମିର ଚୌହନ ଚିହ୍ନଟ କରିବା(4) ଦୀର୍ଘଦିନ ଟାଷୀ ଦଖଲ କରୁଥିବା କାଜୁଫର୍ମର ପଟ୍ଟା ପ୍ରଦାନ ଏବଂ (5) ଭାଗ ଚାଷୀଙ୍କୁ ଚାଷୀର ମାନ୍ୟତା ଦେବା ଏହାପରେ ଏହି ସମସ୍ତ ସମସ୍ୟାକୁ ଗୁଡିକୁ ଅତି ସମାଧାନ କରାଯିବ ବୋଲି ତହସିଲଦାର କହିଥିଲେ । ଏହାପରେ ବ୍ଲକ ଅଫିସକୁ ଯାଇ ବିଡିଓ ଲରିମନ ଖର୍ସେଲଙ୍କୁ ଅଞ୍ଚଳର ବିଭିନ୍ନ ୧୬ଟି ସମସ୍ୟାକୁ ପ୍ରତି ବିଡି ଚାଲିଥିବା ନେଇ ଦାବିପତ୍ର ଦେବା ସହ । ସମସ୍ୟା ନେଇ ଜିଲ୍ଲା ସମ୍ପାଦକ ବିଡିଓ ସହ ଆଲୋଚନା କରିଥିଲେ । ଦେଇଥିବା ଦାବି ଗୁଡିକ ହେଲା 1) ଝୀଟିକାବାଡ ଠାରୁ ରାମଗୁଡା ଦେଇ ତୈଲ,ଅଲରା,ବ୍ରହ୍ମସିଂ, ରାସ୍ତା ନିର୍ମାଣ,(2) ବ୍ରହ୍ମସିଂ ଠାରୁ ମାଜସିନ୍ଧୁବା, କୁମୁଟିପଙ୍କଳ, ତମ୍ପା, ରାସ୍ତା ନିର୍ମାଣ, (3) ସଚିନାବାଡ ଠାରୁ କାଦମଲ୍ଲୀ, କୁରୁବା, ଅଳରା, ତୈଲ ରାସ୍ତା ନିର୍ମାଣ, (4) ଝାଟିକାବାଡ ଠାରୁ ରାମଗୁଡା ଜାଡା, ଜାଡାପାଣି, ଆଖଡା ସାହି, ଲୁହାଖମ୍ବ ରାସ୍ତା ନିର୍ମାଣ,
(5) ଆମଗାଁ ଠାରୁ ଲୁହାଖମ୍ବ ରାସ୍ତା ନିର୍ମାଣ, (6) ତିତିଲି ବାତ୍ୟରେ କ୍ଷେତିଗ୍ରସ୍ତ ହୋଇଥିବା ବଡ ଗାଁ ରାସ୍ତା ନିର୍ମାଣ, (7) ରାମଗିରି ମେଡିକାଲ୍ ଠାରୁ ୟୁ.ପି. ସ୍କୁଲ ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ, (8) ସିନ୍ଦରବାଡ ଗ୍ରାମକୁ ସି ସି ରାସ୍ତା ନିର୍ମାଣ, (9) ତେନ୍ତୁଳୀ ସାହି ଗ୍ରାମରୁ ସି ସି ରାସ୍ତା ନିର୍ମାଣ (10) ବାଦ୍ଧକ୍ୟ, ବିଧବା, ଅର୍କମଣ୍ୟ ଭତ୍ତା ବ୍ୟାଙ୍କରୁ ଲିକ୍ ନ କରି ନିଜ ନିଜ ପଞ୍ଚାୟତରେ ଭତ୍ତା ବଣ୍ଟନ କରିବା (11) ଇନ୍ଦିରା ଆବାସ ପାଇନଥିବା ଗରୀବ ପରିବାରଙ୍କୁ ଇନ୍ଦିରା ଆବାସ ଯୋଗାଇବା (12) ମହାମ୍ଭାଗନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବାଷିକ ୨୦୦ ଦିନ କାମ ଏବଂ ଦୈନିକ ୬୦୦ ଟଙ୍କା ମଜୁରୀ ପ୍ରଦାନ କରିବା(3) ବାର୍ଦକ୍ୟ, ବଧବା, ଅର୍କମଣ୍ୟ ଭତ୍ତା ମାସିକ ୩୦୦୦/ ଟଙ୍କା ପ୍ରଦାନ କରିବା(14) ଆବେଦନ କରିଥିବା ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରିବା (15) ଚାଷୀ ଦଖଳ କରୁଥିବା ରାଜସ୍ବ ଜମିର ପଟ୍ଟା ପ୍ରଦାନ କରିବା ଓ (16) ଭାଗ ଚାଷୀଙ୍କୁ ରାଷୀର ମାନ୍ୟତା ଦେବା । ଦାବି ଗୁଡିକ ଶ୍ରିଘ୍ର ସମାଧାନ କରା ଯିବ ବୋଲି କହିଲେ ବିଡିଓ । ଏଥିରେ ଜିଲ୍ଲା ସଂମ୍ପାଦକ ଦଣ୍ଡପାଣି ରଇତ,, ଆଞ୍ଚଳିକ ସମ୍ପାଦକ ଗୋକୁଳ ଦଳବେହେରା, ସୁନାମ ମଣ୍ଡଳ, ମାନସ ଜେନା, ଅନାମ ମଣ୍ଡଳ ଓ ସତାଦିକ ମହିଳା ଓ ପୁରୁଷ ଯୋଗଦେଇଥିଲେ ।